ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିସନ ଅନ୍ତର୍ଗତ ରାଜ୍ୟରେ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଟି ଡାଟା ମ୍ୟାନେଜର(ଅର୍ବାନ୍‌ ହେଲ୍‌ଥ) ଏବଂ ଆସିଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର(ଅର୍ବାନ୍‌ ହେଲ୍‌ଥ) ପଦବୀରେ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମିତି ଅଧିନରେ ସମ୍ପୂର୍ଣ୍ଣ ଭାବେ ଚୁକ୍ତିଭତ୍ତିକ ରହିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି। ଜାନୁଆରି ୩୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

ପଦବୀ

  • ସିଟି ଡାଟା ମ୍ୟାନେଜର(ଅର୍ବାନ୍‌ ହେଲ୍‌ଥ)
  • ଆସିଷ୍ଟାଣ୍ଟ ପ୍ରୋଗ୍ରମ ମ୍ୟାନେଜର(ଅର୍ବାନ୍‌ ହେଲ୍‌ଥ)

ବୟସ

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧ ଜାନୁଆରି ୨୦୨୦ ସୁଦ୍ଧା ୨୧ ବର୍ଷ ହୋଇଥିବା ଆବଶ୍ୟକ।

ଦରମା

  • ସିଟି ଡାଟା ମ୍ୟାନେଜର(ଅର୍ବାନ୍‌ ହେଲ୍‌ଥ) – ୩୨,୭୬୧ ଟଙ୍କା + ପିଆଇ
  • ଆସିଷ୍ଟାଣ୍ଟ ପ୍ରୋଗ୍ରମ ମ୍ୟାନେଜର(ଅର୍ବାନ୍‌ ହେଲ୍‌ଥ) – ୩୨,୭୬୧ ଟଙ୍କା + ପିଆଇ

ନିଯୁକ୍ତି ସମ୍ପର୍କିତ ସବିଶେଷ ସୂଚନା ପାଇଁ ପ୍ରାର୍ଥୀ www.nhmodisha.gov.in ୱେବ୍‌ସାଇଟ୍‌ ଲଗ୍‌ଅନ୍‌ କରି ପାଇ ପାରିବେ। ଜାନୁଆରି ୩୧ରୁ ଫେବ୍ରୁଆରି ୭ ତାରିଖ ଯାଏଁ ଉପରୋକ୍ତ ୱେବ୍‌ସାଇଟ୍‌ରେ ଆବେଦନ ପତ୍ର ଡାଉନ୍‌ଲୋଡ୍‌ ପାରିବେ। ଆସନ୍ତା ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ଆବେଦନ ପତ୍ର ଏବଂ ଉପଯୁକ୍ତ ପ୍ରମାଣପତ୍ର ପହଞ୍ଚିବା ଦରକାର।

Comment