ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଜି ୨ ଘଣ୍ଟା ୪୦ ମିନିଟର ବଜେଟ ଅଭିଭାଷଣ ରଖିଥିଲେ। ଏହାକୁ ଇତିହାସର ସବୁଠୁ ଲମ୍ବା ବଜେଟ ଭାଷଣ ବୋଲି କହୁଯାଉଛି। ମାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଫମ୍ପା ଭାଷଣ ବୋଲି କହିଛନ୍ତି।

‘‘ବର୍ତ୍ତମାନ ସମୟରେ ବେରୋଜଗାର ଏକ ବଡ଼ ସମସ୍ୟା। ଆମ ଦେଶର ଯୁବକଙ୍କ ନିକଟରେ ଚାକିରି ନାହିଁ। ହେଲେ ଆଜିର ବଜେଟ ଘୋଷଣାରେ ଏହି ସମସ୍ୟାକୁ ଏଡ଼ାଇବା ପାଇଁ ସେମତି କିଛି ପଦକ୍ଷେପ ଦେଖିବାକୁ ମିଳିଲାନି’’, ବଜେଟ ଘୋଷଣା ହେବା ପରେ ରାହୁଲ ଗାନ୍ଧୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବଜେଟରେ ଯୁବକଙ୍କ ପାଇଁ କିଛି ନାହିଁ। ଏମିତି କିଛି ବି ଘୋଷଣା ହୋଇନାହିଁ ଯେଉଁଥରୁ ଯୁବକମାନେ ଲାଭବାନ ହୋଇପାରିବେ। ଏଥରୁ ସ୍ପଷ୍ଟ ହେଉଛି ଯେ କେନ୍ଦ୍ର ସରକାର ଯୁବକଙ୍କ ପାଇଁ କେବଳ ଭାଷଣ ଦିଅନ୍ତି ହେଲେ କିଛି କରନ୍ତି ନାହିଁ।

ଅର୍ଥମନ୍ତ୍ରୀ ନିର୍ମଳା ଭଲ ଭାଷଣ ଦେଲେ। କିନ୍ତୁ ବଜେଟ ସମ୍ବନ୍ଧୀୟ ଗଣିତ ସ୍ପଷ୍ଟ କରିବାରେ ସେ ବିଫଳ ବୋଲି କଂଗ୍ରେସ କହିଛି।

Comment