ଓଡ଼ିଶାଲାଇଭ୍ ବ୍ୟୁରୋ

- ଅଢ଼େଇ ଲକ୍ଷ ଟଙ୍କା ଯାଏଁ ଟିକସ ଛାଡ଼
- ଅଢ଼େଇରୁ ୫ ଲକ୍ଷ ଯାଏଁ ୫ ପ୍ରତିଶତ
- ୫ରୁ ସାଢ଼େ ୭ ଲକ୍ଷ ଯାଏଁ ୧୦ ପ୍ରତିଶତ
- ସାଢ଼େ ୭ରୁ ୧୦ ଲକ୍ଷ ଯାଏଁ ୧୫ ପ୍ରତିଶତ
- ୧୦ରୁ ସାଢ଼େ ୧୨ ଲକ୍ଷ ଯାଏଁ ୨୦ ପ୍ରତିଶତ
- ସାଢ଼େ ୧୨ରୁ ୧୫ ଲକ୍ଷ ଯାଏଁ ୨୫ ପ୍ରତିଶତ
- ୧୫ ଲକ୍ଷରୁ ଅଧିକ ଆୟକାରୀଙ୍କୁ ୩୦ ପ୍ରତିଶତ
୨୦୨୦-୨୧ ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ଉପରେ ବଡ଼ ଘୋଷଣା କରିଛନ୍ତି। ବର୍ଷକୁ କେତେ ଟଙ୍କା ରୋଜଗାର କଲେ କେତେ ଟଙ୍କା ଟିକସ ଦେବାକୁ ପଡ଼ିବ ସେ ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡ଼ିବନି। ହେଲେ ଅଢ଼େଇରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ୫ ପ୍ରତିଶତ ଦେବାକୁ ପଡ଼ିବ।
୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ପୂର୍ବରୁ କୌଣସି ଟିକସ ଦେବାକୁ ପଡୁ ନଥିଲା। ହେଲେ ଚଳିତ ବଜେଟରେ ନିମ୍ନ ଆୟକାରୀଙ୍କୁ ଛାଟ ବାଜିଛି। ବଡ଼ ଆୟକାରୀଙ୍କୁ ରିହାତି ମିଳିଛି।
ସେହିପରି ବର୍ଷକୁ ୫ରୁ ସାଢ଼େ ୭ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ୧୦ ପ୍ରତିଶତ, ସାଢ଼େ ୭ ଲକ୍ଷରୁ ୧୦ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୧୫ ପ୍ରତିଶତ, ୧୦ରୁ ସାଢ଼େ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ ୨୦ ପ୍ରତିଶତ, ସାଢ଼େ ୧୨ରୁ ୧୫ ଲକ୍ଷ ଟଙ୍କା ଆୟ କରୁଥିଲେ ୨୫ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ କରୁଥିଲେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ।


















