ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଆଜି ବରଗଡ଼ ବନ୍ଦ ରହିଛି। ଫଳରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ୍‌ ହୋଇପଡ଼ିଛି। ପୁରୁଣା ହସ୍ପିଟାଲ ସାମ୍ନାରେ ଶହ ଶହ ଲୋକ ଏକତ୍ରିତ ହୋଇ ଆନ୍ଦୋଳନ କରୁଛନ୍ତି।

ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି।

ଅନ୍ୟପକ୍ଷରେ  ବରଗଡ଼ ସହରଠାରୁ  ୧୦ କିମି ଦୂର ଟୁକୁର୍ଲାକୁ ନୂତନ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ପରେ  ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଠପ୍‌ ହୋଇପଡ଼ିଛି। ତେଣୁ ପୁରୁଣା ହସ୍ପଟାଲକୁ ସିଟି ହସ୍ପିଟାଲ ମାନ୍ୟତା ଦେଇ କାର୍ଯ୍ୟକ୍ଷମ କରିବାକୁ ସହରବାସୀ ଦାବି କରୁଛନ୍ତି।

Comment