ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାରଠୁ କଟକ ବଡ଼ ମେଡିକାଲ ଚାରିପଟୁ ଉଚ୍ଛେଦ ଆରମ୍ଭ ହେବ। ମେଡିକାଲର ସଂପ୍ରସାରଣ ପାଇଁ ଏହି ଉଚ୍ଛେଦ କରାଯିବ। ଉଚ୍ଛେଦ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ତାଳଦଣ୍ଡା କେନାଲ ନିକଟରୁ ଉଚ୍ଛେଦ ଆରମ୍ଭ ହେବ। ତାଳଦଣ୍ଡା କେନାଲ ନିକଟରେ ଥିବା ମାଛ ଓ କୁକୁଡ଼ା ମାର୍କେଟ ଉଚ୍ଛେଦ ହେବ। ପରେ ଅନ୍ୟ ସ୍ଥାନମାନଙ୍କରେ ଉଚ୍ଛେଦ କରାଯିବ। ଉଚ୍ଛେଦ ସମୟରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ।

କଟକ ଏସ୍‌ସିବି ମେଡିକାଲକୁ ବିଶ୍ଵସ୍ତରୀୟ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ସହର ଚାରିପଟେ ଥିବା ରିଂ ରୋଡ୍‌କୁ ୬ ଲେନ୍‌ ବିଶିଷ୍ଟ କରାଯିବ। ଏନେଇ ଉଚ୍ଛେଦ କାର୍ଯ୍ୟ କାଲିଠୁ ଆରମ୍ଭ ହେବ।

ଏହି ଉଚ୍ଛେଦ ବେଳେ ପ୍ରଭାବିତ ଲୋକଙ୍କ ପାଇଁ ସରକାର ଥଇଥାନ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ଦିଆଯିବ। ଅନଧିକୃତ ଦୋକାନ ଗୃହ ପାଇଁ ଏକକାଳୀନ ୩୦ ହଜାର ଟଙ୍କା ଓ ଉଠା ଦୋକାନୀଙ୍କ ପାଇଁ ୨୦ ହଜାର ଟଙ୍କା ସହାୟତା। ସେହିପରି ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ୧ ଲକ୍ଷ ଟଙ୍କା, ଗାଈ ଗୁହାଳ ସ୍ଥାନାନ୍ତର ପାଇଁ ଏକକାଳୀନ ୨୦ ହଜାର ସହାୟତା ରାଶି ପ୍ରଦାନ କରାଯିବ।

Comment