ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ଉଦ୍‌ଯାପିତ ହୋଇଯାଇଛି କୋଶମ୍ଵ ମେଳା। ଏହି ମେଳା ଜାନୁଆରି ୩୦ ତାରିଖରେ ଉଦ୍‌ଘାଟନ ହୋଇଥିଲା। ଦୁଇଦିନ ଧରି ଚାଲିବା ପରେ ୩୧ ତାରିଖରେ ଏହା ଉଦ୍‌ଯାପିତ ହୋଇଯାଇଛି। ରେମୁଣା ବ୍ଳକ ଦଧିବାମନ ଖେଳ ପଡ଼ିଆରେ କୋଶମ୍ବ ଉନ୍ନୟନ ପରିଷଦ ପକ୍ଷରୁ ଏହି କୋଶମ୍ବ ମେଳା ଆୟୋଜିତ ହୋଇଥିଲା।

ଏହାର ଉଦଘାଟନୀ ସନ୍ଧ୍ୟାରେ ବାଲେଶ୍ୱରର ପୂର୍ବତନ ଜିଲ୍ଲାପାଳ ଡକ୍ଟର ଅଲେଖ ଚନ୍ଦ୍ର ପଢ଼ିଆରୀ ମେଳାକୁ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ରେମୁଣା ବ୍ଳକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ଗଣେଶ୍ୱରପୁର ସରପଞ୍ଚ ସୀତାଳି ଗିରି, ଉପସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି, ହାସ୍ୟ ଅଭିନେତା ମୁନା ପରମାଣିକ ଯୋଗ ଦେଇଥିଲେ।

ସେହିପରି ଅଭିନେତା ଦୈତାରୀ ପଣ୍ଡା ମଧ୍ୟ ଏହି ମେଳାରେ ଯୋଗ ଦେଇଥିଲେ। ସେ କୋଶମ୍ବ ରାଜା ବେଶରେ ସଜ୍ଜିତ ହୋଇ କୋଶମ୍ବ ରାଜାଙ୍କ ସଂଳାପ ମାଧ୍ୟମରେ ଭରପୂର ମନୋରଞ୍ଜନରେ ପରିବେଶକୁ ମହକାଇ ଦେଇଥିଲେ। ପରିଷଦର ସଭାପତି ଭଗବାନ ଦାସ ଖଣ୍ଡେଲବାଲ ଏହି ମେଳାରେ ଅଧ୍ୟକ୍ଷତା କରିଥିଲେ।

ଏହି ମେଳାକୁ ପ୍ରଦୀପ୍ତ ଦାସ, ନିତ୍ୟାନନ୍ଦ ପ୍ରଧାନ, ମୁରଲୀଧର ଦାସ, ଅଶୋକ ସେଠୀ, କ୍ଷୀତିଶ ନାୟକ, ପ୍ରଦୀପ ସାହୁ, ଗଣେଶ ବେହେରା, ଜିତେନ୍ଦ୍ର ନାୟକ, ଦମୟନ୍ତୀ ବାଗ, ଗୀତାଳି ମାହାର୍ଣ୍ଣା, ଉମାକାନ୍ତ ବେହେରା, ଅମର ଜ୍ୟୋତି ପ୍ରଧାନ, ଅଜୟ ମାଇକାପ, ଦେବାଶିଷ ରାଉଳ, ଚନ୍ଦନ ଆଚାର୍ଯ୍ୟ, ସରୋଜ ପାତ୍ର, ଗୌରହରି ନାୟକ, ବଳରାମ ଜେନା, ହରିହର ଦାସ, ବିଜୟ ଆଚାର୍ଯ୍ୟ, ରତିକାନ୍ତ ବେହେରା, ଚୈତନ୍ୟ ପଢ଼ିହାରୀ, ବିଶ୍ୱନାଥ ରଣା, ବୁଧିରାମ ସିଂ ପ୍ରମୁଖ ପରିଚାଳନା କରିଥିଲେ।

କୋଶମ୍ବ ହେଉଛି ବାଲେଶ୍ୱରର ପୁରାତନ ନାଁ। ଏହାକୁ ବାଲେଶ୍ଵରର ଆଗାମୀ ପିଢ଼ି ଯେପରି ନଭୁଲନ୍ତୁ, ସେହି ଲକ୍ଷ୍ୟରେ ନୂଆ ବାଲେଶ୍ଵର ଅଞ୍ଚଳର ସଚେତନ ନାଗରିକମାନେ ଆରମ୍ଭ କରିଛନ୍ତି ଏହି ମେଳା। ଏଥିସହ ଏହି ମେଳା ଆଗାମୀ ପିଢିକୁ ଅତୀତର ଐତିହ୍ୟ, ସଂସ୍କୃତି, ବାଣିଜ୍ୟ ଓ ପରମ୍ପରା ସହ ପରିଚିତ କରାଇ ପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଆୟୋଜକ।

Comment