ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଟମ୍‌ କୁଇନ ରାନୀ ପଣ୍ଡା ଯାତ୍ରା ଛାଡ଼ି, ଲୋକପ୍ରିୟ ବଲିଉଡ୍‌ ଶୋ’ ବିଗ୍‌ବସ୍‌ ଯିବାକୁ ପ୍ରୟାସ ଚଲାଇଛନ୍ତି।

ଯାତ୍ରା ଛାଡ଼ିବେ ଆଇଟମ୍‌ କୁଇନ ରାନୀ ପଣ୍ଡା। ବର୍ତ୍ତମାନ ସେ ବଲିଉଡ୍‌ ଯାଇ ଲୋକପ୍ରିୟ ସୋ’ ବିଗ୍‌ ବସ୍‌ରେ ଯୋଗ ଦେବାକୁ ପ୍ରୟାସ ଚଲାଇଛନ୍ତି। ରାନୀ ପଣ୍ଡା ଓଡ଼ିଶାଲାଇଭ ଟିମ୍‌କୁ ସାକ୍ଷାତକାର ଦେଇ ଏହି କଥା କହିଛନ୍ତି।

ରାନୀ ପଣ୍ଡା କହିଛନ୍ତି, “ମୁଁ ଏଇ ବର୍ଷେ ଦି ବର୍ଷ ମଧ୍ୟରେ ଯାତ୍ରା ଛାଡ଼ିଦେବି। ମେ’ ମାସକୁ ମୁମ୍ଵାଇ ପଳେଇବି। ବିଗ୍‌ ବସ୍‌ ପାଇଁ ମଧ୍ୟ ପ୍ରୟାସ ଚଲାଇଛି। ସେଠାକୁ ଯାଇ ବଲିଉଡ୍‌ ପାଇଁ ମଧ୍ୟ ଚେଷ୍ଟା କରିବି। ଯୋଉଠି ଅଧିକ ଲୋକପ୍ରିୟତା ମୁଁ ସେଠାରେ ଯାଇ କାମ କରିବି।”

ଫେବ୍ରୁଆରି ୧ ତାରିଖରୁ ଆରମ୍ଭ ହୋଇଯାଇଛି ଖଣ୍ଡଗିରି କୁମ୍ଭମେଳା। ହେଲେ ଏଥର ଖଣ୍ଡଗିରି ଯାତ୍ରା ପେଣ୍ଡାଲ୍‌ରେ ନଜର ଆସିବେନି ରାନୀ ପଣ୍ଡା। ରାନୀଙ୍କ ଦମଦାର ଆଇଟମ୍‌ ଡ୍ୟାନ୍ସ ଦେଖିବାରୁ ବଞ୍ଚିତ ହେବେ ଯାତ୍ରା ଦର୍ଶକ। କାରଣ ରାନୀ ଓ ତାଙ୍କର ଯାତ୍ରା ପାର୍ଟିକୁ ବ୍ୟାନ୍ ହୋଇଛି ଖଣ୍ଡଗିରି ଯାତ୍ରା।

“ଏଥର ଖଣ୍ଡଗିରି ଯାତ୍ରାରେ କେବଳ ମତେ ନୁହେଁ ମୋ ଯାତ୍ରୀ ପାର୍ଟିକୁ ମଧ୍ୟ ବ୍ୟାନ କରାଯାଇଛି, ଯୋଉଟା କି ଆଦୌ ଠିକ୍‌ ନୁହେଁ। ଯଦି ଅଶ୍ଲିଳତା ରୋକିବାକୁ ଚାହୁଁଛନ୍ତି, ତାହାଲେ ଦୁନିଆରେ ହେଉଥିବା ସବୁ ଅଶ୍ଲିଳତାକୁ ବ୍ୟାନ କରନ୍ତୁ, ତା’ପରେ ଯାଇ ରାନୀ ପଣ୍ଡା ପାଖକୁ ଆସିବେ” ଓଡ଼ିଶା ଲାଇଭ୍‌ ଟିମ୍‌କୁ ପ୍ରତିକ୍ରିୟା ଦେଇ କହିଛନ୍ତି ରାନୀ ପଣ୍ଡା।

ଗତବର୍ଷ ଖଣ୍ଡଗିରି ଯାତ୍ରାରେ ଆଇଟମ୍‌ ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଥିଲେ ରାନୀ ପଣ୍ଡା। ଯାତ୍ରା ମଞ୍ଚରେ ଅଶ୍ଲୀଳ ଡ୍ୟାନ୍ସ କରିବା ନେଇ ତାଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଥିଲା। ଏପରିକି ନାଚିବା ବେଳେ ମଞ୍ଚ ତଳକୁ ଆସି ଜଣେ ଦର୍ଶକଙ୍କ କାନକୁ କାମୁଡ଼ି ଦେଇଥିଲେ ରାନୀ। ଏହାପରେ ରାନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଏହାପରେ ଯାତ୍ରାରୁ ଦୂରେଇ ଯାଇଥିଲେ ରାନୀ। ଏବେ ସେ ଟିକ୍‌ଟିକ୍‌ ଓ ଆଲବମ୍‌ କରିବାରେ ନଜର ଆସୁଛନ୍ତି। କିଛିଦିନ ତଳେ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ରାନୀ। ତାଙ୍କୁ ବିଧାୟକ ପ୍ରଦୀପ ମହାରଥୀ ଭଳି ସ୍ଵାମୀ ଦରକାର ବୋଲି ସେ ଏକ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ।

ଏହି ପ୍ରଶ୍ନର ଉତ୍ତର ଦେଇ ରାନୀ ଓଡ଼ିଶାଲାଇଭ୍‌ ଟିମ୍‌କୁ କହିଛନ୍ତି, “ଏଯାଏଁ ମୋତେ ପ୍ରଦୀପ ମହାରଥୀଙ୍କ ଭଳି ସ୍ଵାମୀ ମିଳିନି। ହେଲେ ଜୀବନରେ ଏକା ରହିବା ସବୁଠାରୁ ଭଲ। ମୁଁ ଚାହୁଁଛି ମୁ ଯାହାକୁ ଭଲ ପାଉଛି ତା ପାଇଁ ସାରା ଜୀବନ ଏକା ରହିବାକୁ।”

Comment