ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାର୍ଡ ଫ୍ଲୁ ଚିହ୍ନଟ ପରେ ଏବେ ଭୁବନେଶ୍ଵର ଓୟୁଏଟି ଫାର୍ମକୁ ସିଲ୍‌ କରାଯାଇଛି। ଫାର୍ମକୁ ସିଲ୍‌ କରି ଲାଲ୍‌ ପତାକା ଲଗାଇଛନ୍ତି କର୍ତ୍ତୃପକ୍ଷ। ୩ ମାସ ପର୍ଯ୍ୟନ୍ତ ଫାର୍ମ ସିଲ୍‌ କରାଯାଇଛି। ଏହାସହ ୧ ବର୍ଷ ଯାଏଁ ଫାର୍ମରେ କୁକୁଡ଼ା ପ୍ରଜନନ ବନ୍ଦ କରାଯାଇଛି। ଏନେଇ ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ସୂଚନା ଦେଇଛନ୍ତି।

ଓୟୁଏଟିରେ ଥିବା ଫାର୍ମରେ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଫଳରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି କୁକୁଡ଼ାଙ୍କ ରକ୍ତ ନମୁନା ଭୋପାଳସ୍ଥିତ ଟେଷ୍ଟିଂ ଲ୍ୟାବ୍‌କୁ ପଠାଇଥିଲେ। ଜାନୁଆରି ୨୭ରେ ଭୋପାଳ ଟେଷ୍ଟିଂ ଲ୍ୟାବ୍‌ରୁ ରିପୋର୍ଟ ପିଜିଟିଭ୍‌ ଆସିବା ପରେ କୁକୁଡାମାନେ ବାର୍ଡ ଫ୍ଲୁ ଆକ୍ରାନ୍ତ ବୋଲି ସ୍ପଷ୍ଟ କରାଯାଇଥିଲା।

ପରେ ବାର୍ଡ ଫ୍ଲୁ ରିପୋର୍ଟ ପଜିଟିଭ୍‌ ଥିବା ଓୟୁଏଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା। ଏନେଇ ଓୟୁଏଟିଠାରୁ ୧ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ କୁକୁଡ଼ା ମରାଯାଇଥିଲା।

ଏହାସହ ଚିଲିକା ଓ ନନ୍ଦନକାନନରେ ମଧ୍ୟ ବାର୍ଡ ଫ୍ଲୁ ଭୟରେ ନମୁନା ସଂଗ୍ରହ କରାଯାଇଛି ପରୀକ୍ଷା କରାଯାଇଥିଲା। ଏହାସହ ନନ୍ଦନକାନନ ପକ୍ଷୀ ବିହାର ମଧ୍ୟ ବନ୍ଦ କରାଯାଇଛି।

Comment