ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧାରେ କୁକୁଡ଼ା ମଡ଼କ ଘଟଣା ଲୋକଙ୍କ ମନରେ ଛନକା ପଶାଇଛି। ବେଗୁନିଆ ବଡ଼ବେରଣ ଗାଁର ଏକ ଫାର୍ମରେ ଗତ ୩ଦିନରେ ଶହ ଶହ କୁକଡ଼ାଙ୍କ ମୃତ୍ୟୁ ହୋଇଛି। ଫଳରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଏହି କୁକଡ଼ା ମଡ଼କର କାରଣ ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ଦେଶର ୫ଟି ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିଥବାରୁ କୁକଡ଼ା ମଡ଼କକୁ ନେଇ ଏବେ ବେଶୀ ଭୟ ଦେଖାଯାଇଛି। ତେବେ ଓଡ଼ିଶାରେ ବାର୍ଡ ଫ୍ଲୁ ନଥିବା ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ। ଲୋକଙ୍କୁ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଥିଲେ।

ଏଥିସହିତ ବୈଠକରେ ଜିଲ୍ଲା ସ୍ତରରେ ରାପିଡ୍ ଆକ୍ସନ ଟିମ୍ ଗଠନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comment