ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଉଦ୍ୟମ। ଶ୍ରୀମନ୍ଦିର ଚାରିପଟୁ ଜବରଦଖଲ ଉଚ୍ଛେଦ ପରେ ଐତିହ୍ୟ କରିଡର ପାଇଁ ଭୁବନେଶ୍ୱରରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଐତିହ୍ୟ କରିଡର ନକ୍ସା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଚୂଡ଼ାନ୍ତ ହେବ। ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଉପସ୍ଥିତ ଥିଲେ।

ଐତିହ୍ୟ କରିଡର ପାଇଁ ୪ଟି ଦିଗକୁ ଗୁରୁତ୍ୱ ଦିଆଯାଇଛି। ଶ୍ରୀମନ୍ଦିର ଚାରିପେଟ ଥିବା ସାହିକୁ ସାହି ଯାତାୟତ କରିବା ପାଇଁ ମାଇକ୍ରୋ ପ୍ଲାନିଂ, ରଥଯାତ୍ରାର ପରମ୍ପରା ବଜାୟ ରଖିବା, ରଥଖଳାକୁ ପୂର୍ବପରି ବ୍ୟବସ୍ଥିତ ରଖିବା, ଚନ୍ଦନ ଯାତ୍ରା ପରି ଦେବଦେବୀଙ୍କ ମାହାର ଯାତ୍ରା ପ୍ରତି ଦୃଷ୍ଟି ଦିଆଯିବ।

ଶ୍ରୀମନ୍ଦିରକୁ ଯିବା ବେଳେ ହାତ ଓ ପାଦ ଧୁଆ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହିତ ଗଜପତି ମହାରାଜାଙ୍କ ପ୍ରସ୍ତାବିତ ନାମ ସଂକୀର୍ତ୍ତନ ଓ ଯଜ୍ଞ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ। ୫ ହଜାର ଭକ୍ତ ଏକାଠି ବସି ମହାପ୍ରସାଦ ଖାଇବା ପାଇଁ ବ୍ୟବସ୍ଥା ରହିବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା।

Comment