ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିକାଶ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ଭିତରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ତାରାତାରିଣୀ ମନ୍ଦିରର ସିଂହଦ୍ୱାରର ପୁନରୁଦ୍ଧାର, ଭକ୍ତଙ୍କ ପାଇଁ ପାନୀୟ ଜଳର ସୁବିଧା, ମନ୍ଦିର ପରିସରର ବିକାଶ ସମେତ ପ୍ରସାଦ ସେବନ ମଣ୍ଡପ, ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା କେନ୍ଦ୍ର, ମୁଣ୍ଡନ ହଲ ଏବଂ ଶୌଚାଳୟ ରହିବ।

ସେହିପରି ଫୁଡ୍‌ କିଓସ୍କୋ, ଜୋତା ଷ୍ଟାଣ୍ଡ, ପାଦଧୂଆ ସ୍ଥାନ, ପ୍ରତୀକ୍ଷା ହଲ୍‌, ଭିନ୍ନକ୍ଷମଙ୍କ ଯିବା ଆସିବା ପାଇଁ ସୁବିଧା, ବସିବା ପାଇଁ ବେଞ୍ଚ, ଆଶ୍ରୟସ୍ଥଳୀ, ୱାଚ ଟାୱାର, ପୋଲିସ ଆଉଟ ପୋଷ୍ଟ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ଧ୍ୟାନ କେନ୍ଦ୍ର ମଧ୍ୟ ରହିବ।

ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ନିମେନ୍ତ ଆବଶ୍ୟକ ଡିଜାଇନକୁ ପ୍ରତିଷ୍ଠିତ ସ୍ଥପତି ନାରାୟଣ ତ୍ରିପାଠୀ ପ୍ରସ୍ତୁତ କରିଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଥିଲା। ଏହି ପୀଠକୁ ଦେଶର ଆକର୍ଷଣୀୟ ଧାର୍ମିକ ପୀଠ କରିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

LEAVE A REPLY

Please enter your comment!
Please enter your name here