ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ବଜେଟ୍ରେ ପୂର୍ବତଟ ରେଳବାଈକୁ ମିଳିଛି ୫ ହଜାର ୮୬୫ କୋଟି ଟଙ୍କାର ବ୍ୟୟବରାଦ। ସେଥି ମଧ୍ୟରୁ ଓଡ଼ିଶାର ଭାଗ ରହିଛି ୪ ହଜାର ୩୭୩ କୋଟି। ଜାଣନ୍ତୁ ଓଡ଼ିଶାର କେଉଁ ରେଳପଥ ପାଇଁ କେତେ ଟଙ୍କା ମିଳିଲା?
ଫେବ୍ରୁଆରି ୧ରେ ଲୋକସଭାରେ କେନ୍ଦ୍ର ବଜେଟ୍ ଉପସ୍ଥାପିତ ହୋଇଥିଲା। ଏହି ଦିନ ରେଳ ବଜେଟ୍ ମଧ୍ୟ ଆଗତ ହୋଇଥିଲା।
ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୫୦ କୋଟି ଟଙ୍କା
ହରିଦାସପୁର-ପାରଦୀପ ପାଇଁ ୧୦୦ କୋଟି
ଖୋର୍ଦ୍ଧା-ବଲାଙ୍ଗିର ପାଇଁ ୫୨୦ କୋଟି
ତାଳଚେର-ବିମଳାଗଡ଼ ପାଇଁ ୧୪୦ କୋଟି
ଜୟପୁର-ମାଲକାନଗିରି ପାଇଁ ୩୩ କୋଟି
ଜୟପୁର-ନବରଙ୍ଗପୁର ପାଇଁ ୨୦ କୋଟି
ଖୋର୍ଦ୍ଧାରୋଡ୍-ବିଜୟନଗରମ୍ ପାଇଁ ୨୦ କୋଟି
ସମ୍ବଲପୁର-ତାଳଚେର ଲାଇନ୍ ଦୋହରୀକରଣ ପାଇଁ ୨୯୨ କୋଟି
ସମ୍ବଲପୁର-ଟିଟିଲାଗଡ଼ ଲାଇନ୍ ଦୋହରୀକରଣ ପାଇଁ ୩୮୨ କୋଟି
ଟିଟିଲାଗଡ଼-ବିଜୟନଗରମ୍ ତୃତୀୟ ଲାଇନ୍ ପାଇଁ ୩୮୦ କୋଟି
ବାଂଶପାଣି-ଦୈତାରୀ-ଟମ୍କା-ଯଖପୁରା ପାଇଁ ୮୦ କୋଟି
ବୃନ୍ଦାମାଲ-ଝାରସୁଗୁଡ଼ା ଫ୍ଲାଏଓଭର କନେକ୍ସନ ପାଇଁ ୧୦ କୋଟି
ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୧୦୨ କୋଟି
ଜରପଡ଼ା-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୧୧୮ କୋଟି
ବୁଢ଼ାପଙ୍କ-ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନ୍ ପାଇଁ ୨୦୫ କୋଟି
କୋରାପୁଟ-ସିଙ୍ଗାପୁର ରୋଡ୍ ପାଇଁ ୨୦୧ କୋଟି
ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୨୮୦ କୋଟି
ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ ପାଇଁ ୧୭୦ କୋଟି