ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଫେବ୍ରୁଆରି ୧୮ରେ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ମନ୍ତ୍ରୀପରିଷଦ ବୈଠକରେ ଦେଢ଼ ଲକ୍ଷ କୋଟି ଟଙ୍କାର ଚିଠା ବଜେଟ୍‌କୁ ଶୁକ୍ରବାର ଅନୁମୋଦନ ମିଳିଛି। ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଏଥର ବଜେଟରେ ମାତ୍ର ୮ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ବଜେଟରେ ପୁରୁଣା ଯୋଜନା ପାଇଁ ଅର୍ଥ ବ୍ୟୟବରାଦ, ଭିତ୍ତିଭୂମି କ୍ଷେତ୍ର ଉପରେ ପାଣ୍ଠି ଆବଣ୍ଟନ ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଚିଠା ବଜେଟର ଆକାର ଦେଢ଼ ଲକ୍ଷ କୋଟି ଟଙ୍କା ଛୁଇଁଛି। ପ୍ରଶାସନିକ ବ୍ୟୟ ବାବଦରେ ୬୫ ହଜାର ଟଙ୍କା, ବିଭିନ୍ନ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୭୪ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବାବଦରେ ୩୨୦୦ କୋଟି ଟଙ୍କା, ପଞ୍ଚମ ଅର୍ଥ କମିଶନ ସୁପାରିଶ ବାବଦରେ ୭ ହଜାର ୮୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଚଳିତ ବଜେଟର ବିଭିନ୍ନ ମନ୍ଦିର ସମେତ କଟକରେ ଦ୍ୱିତୀୟ ଟାଉନସିପ୍‌ ପ୍ଲାନ ପାଇଁ ଅର୍ଥ ବ୍ୟବୟରାବଦ କରାଯିବ ବୋଲି କୁହାଯାଉଛି। ଏହାସହ ଗ୍ରାମାଞ୍ଚଳ ବିକାଶ ଏବଂ ଗୃହ ନିର୍ମାଣ ଉପରେ ସରକାର ଚଳିତ ବଜେଟ୍‌ରେ ଗୁରୁତ୍ୱ ଦେଇ ପାରନ୍ତି ବୋଲି କୁହାଯାଉଛି।

୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ ୧.୩୯ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୧୮-୧୯ ତୁଳନାରେ ଏହା ୧୫.୭ ପ୍ରତିଶତ ଅଧିକ ରହିଥିଲା।

Comment