ଓଡ଼ିଶାଲାଇଭ୍‌ ବ୍ୟୁରୋ

“ରାନୀ ପଣ୍ଡା ନାଟକ ଯଦି ଖଣ୍ଡଗିରିରେ ହେଇଥାନ୍ତା, ଲୋକମାନେ ଦେଖିଥାନ୍ତେ। ମୁଁ ଲୋକମାନଙ୍କ ଭଲ ପାଇବା ପାଇ ପାରିଥାନ୍ତି। ମୁଁ ଯେତିକି ନିନ୍ଦା ଅପମାନ ନେଇଛି, ଏହି ନାଟକ ଜରିଆରେ ଲୋକମାନେ ଜାଣି ପାରିଥାନ୍ତେ ରାନୀ ପଣ୍ଡା କ’ଣ। ହେଲେ ମତେ ଏଥର ବ୍ୟାନ କରିଦେଲେ। ମୋ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର”, ଓଡ଼ିଶାଲାଇଭ୍‌ ଟିମ୍‌କୁ ସାକ୍ଷାତକାର ଦେଇ କହିଛନ୍ତି ରାନୀ ପଣ୍ଡା।

ଫେବ୍ରୁଆରି ୧ ତାରିଖରୁ ଆରମ୍ଭ ହୋଇଯାଇଛି ଖଣ୍ଡଗିରି କୁମ୍ଭମେଳା। ହେଲେ ଏଥର ଖଣ୍ଡଗିରି ଯାତ୍ରା ପେଣ୍ଡାଲ୍‌ରେ ନଜର ଆସିନାହାନ୍ତି ରାନୀ ପଣ୍ଡା। ରାନୀଙ୍କ ଦମଦାର ଆଇଟମ୍‌ ଡ୍ୟାନ୍ସ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଯାତ୍ରା ଦର୍ଶକ। କାରଣ ରାନୀ ଓ ତାଙ୍କର ଯାତ୍ରା ପାର୍ଟିକୁ ବ୍ୟାନ୍ ହୋଇଛି ଖଣ୍ଡଗିରି ଯାତ୍ରା। ଏହି ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଓଡ଼ିଶାଲାଇଭ୍‌ ଟିମ୍‌ ପହଞ୍ଚିଥିଲା ରାନୀ ପଣ୍ଡାଙ୍କ ପାଖରେ।

ଗତବର୍ଷ ଖଣ୍ଡଗିରି ଯାତ୍ରାରେ ଆଇଟମ୍‌ ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଥିଲେ ଆଇଟମ୍‌ ଡ୍ୟାନ୍ସର୍‌ ରାନୀ ପଣ୍ଡା। ଯାତ୍ରା ମଞ୍ଚରେ ଅଶ୍ଲୀଳ ଡ୍ୟାନ୍ସ କରିବା ନେଇ ତାଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଥିଲା। ଏପରିକି ନାଚିବା ବେଳେ ମଞ୍ଚ ତଳକୁ ଆସି ଜଣେ ଦର୍ଶକଙ୍କ କାନକୁ କାମୁଡ଼ି ଦେଇଥିଲେ ରାନୀ। ଏହାପରେ ରାନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଏହାପରେ ଯାତ୍ରାରୁ ଦୂରେଇ ଯାଇଥିଲେ ରାନୀ। ଏବେ ସେ ଟିକ୍‌ଟିକ୍‌ ଓ ଆଲବମ୍‌ କରିବାରେ ନଜର ଆସୁଛନ୍ତି। କିଛିଦିନ ତଳେ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ରାନୀ। ତାଙ୍କୁ ବିଧାୟକ ପ୍ରଦୀପ ମହାରଥୀ ଭଳି ସ୍ଵାମୀ ଦରକାର ବୋଲି ସେ ଏକ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ।

Comment