ଓଡ଼ିଶାଲାଇଭ୍ ବ୍ୟୁରୋ

ଅଟୋ ଏକ୍ସସ୍ପୋ ୨୦୨୦ରେ ଅଟୋ ମୋବାଇଲ କମ୍ପାନି ମହିନ୍ଦ୍ରା ପକ୍ଷରୁ ଏକ ଇଲେକ୍ଟ୍ରିକ୍ ସ୍କୁଟର ପ୍ରଦର୍ଶିତ ହୋଇଛି। ଏହି ସ୍କୁଟରର ନାଁ ରଖାଯାଇଛି e-Ludix।

ଏହା ୫୦ ସିସିର ଦୁଇ ଚକିଆ ଗାଡ଼ି  ପୂରାପୂରି ଇଲେକ୍ଟ୍ରିକ୍। ମହିନ୍ଦ୍ରା ପକ୍ଷରୁ ଏହା ଭାରତରେ ତିଆରି କରାଯାଉଛି ଓ ଫ୍ରାନ୍ସ ମାର୍କେଟରେ କମ୍ପାନିର ସବ୍ସିଡିଆରି Peugeot ଜରିଆରେ ବିକ୍ରି କରୁଛନ୍ତି। ଏବେ ଏହି ଗାଡ଼ିକୁ ଭାରତରେ ବି ବିକ୍ରି କରିବା ପ୍ରସ୍ତୁତି ଆରମ୍ଭ ହୋଇଛି।

ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ୩kw ମୋଟର ଦିଆଯାଇଛି। ଏହି ମୋଟରକୁ ଏକ ଲିଥିଅମ -ଆୟନ୍ ବ୍ୟାଟେରୀ ସହିତ ଯୋଡ଼ାଯାଇଛି। ଏହି ବ୍ୟାଟେରୀକୁ ବାହାର କରାଯାଇ ରିଚାର୍ଜ ମଧ୍ୟ କରାଯାଇପାରିବ। ସ୍କୁଟରକୁ ଫୁଲ୍ ଚାର୍ଜ କରିବା ପାଇଁ ପାଖାପାଖି ୩ ଘଣ୍ଟା ସମୟ ଲାଗିବ। ଥରେ ଚାର୍ଜ ହେବା ପରେ ଗାଡିଟି ୫୦ କିଲୋମିଟର ଚାଲିପାରିବ। ଗାଡ଼ିର ଟପ ସ୍ପୀଡ଼ ୪୫ କିଲୋମିଟର ପ୍ରତି ଘଣ୍ଟା ରହିଛି। ବଡ଼ କଥା ହେଉଛି ଏହି ସ୍କୁଟରର ଓଜନ ମାତ୍ର ୮୫ କେଜି।

ସ୍କୁଟରରେ ପୂରା ଡିଜିଟାଲ ଉପକରଣ ବିଶିଷ୍ଟ କନ୍ସୋଲ ଲାଗିଛି ଯାହା ସ୍ମାର୍ଟଫୋନ କନେକ୍ଟିଭିଟି ସହ ଆସୁଛି। ଏଥିରେ ଏକ ପ୍ରୋଜେକ୍ଟର ହ୍ୟାଣ୍ଡଲ୍ୟାମ୍ପ ରହିଛି ଓ ଆଗ ଚକାରେ ଡିସ୍କ ବ୍ରେକ ବ୍ୟବସ୍ଥା ରହିଛି। ମହିନ୍ଦ୍ରର ମଧ୍ୟପ୍ରଦେଶରେ ଥିବା ପୀଥମପୁରରେ ଏହି ସ୍କୁଟର ତିଆରି କରାଯାଇଥାଏ।

Comment