ଓଡ଼ିଶାଲାଇଭ୍ ବ୍ୟୁରୋ

ପେଟ୍ରୋଲ, ଡିଜେଲର ବଢ଼ୁଥିବା ଦାମକୁ ଦେଖି ଏବେ ଅଧିକାଂଶ ଲୋକ ଗାଡ଼ି ଚଲାଇବାକୁ ନେଇ ଚିନ୍ତାରେ। କିଛି ଲୋକ ତ ଗାଡ଼ି ଛାଡ଼ି ସାଇକେଲ ଆପଣାଇବା ଆରମ୍ଭ କରିଦେଲେଣି। ଲୋକଙ୍କୁ ଏଭଳି ସମସ୍ୟାରୁ ମୁକ୍ତି ଦେବା ଲାଗି ଗେମୋପାଇ ମିସୋ (Gemopai Miso) ଆଣିଛି ନୂଆ ଇଲେକ୍ଟ୍ରିକ୍ ସ୍କୁଟର।

ଏହି ସ୍କୁଟର ଦେଖିବାକୁ ଖୁବ ସୁନ୍ଦର ହୋଇଥିବାବେଳେ ଏହାର ଖର୍ଚ୍ଚ ମଧ୍ୟ ବେଶ ଶସ୍ତା। ତିନି ଘଣ୍ଟା ପାଇଁ ଚାର୍ଜ କଲେ ଆପଣ ଏହି ସ୍କୁଟରରେ ୬୦ରୁ ୭୦ କିଲୋମିଟର ଯାତ୍ରା କରିପାରିବେ। ଏଥିସହ ଏହି ଗାଡ଼ି ଚଲେଇବାକୁ ଆପଣଙ୍କୁ କୌଣସି ଡ୍ରାଇଭିଂ ଲାଇସେନ୍ସର ମଧ୍ୟ ଆବଶ୍ୟକତା ପଡ଼ିବନି। ଆପଣ ବିନା ଲାଇସେନ୍ସରେ ଏହି ସ୍କୁଟର ଚଲେଇପାରିବେ।ଏହି ଗାଡ଼ିର ଘଣ୍ଟା ପ୍ରତି ସ୍ପୀଡ୍ ପାଖାପାଖି ୩୦ କିଲୋମିଟର ରହିଛି। ଏଥିସହ ଏଥିରେ ସମସ୍ତ ପ୍ରକାର ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଏଲଇଡି ଲାଇଟ୍ ସହିତ ଏହାର ସୁନ୍ଦର ଡିଜାଇନ୍ ଗ୍ରାହକଙ୍କୁ ଏଥିପ୍ରତି ଆକୃଷ୍ଟ କରୁଛି।

ଆପଣଙ୍କୁ ଏହି ଗାଡ଼ି ମାତ୍ର ୪୫ ହଜାର ଟଙ୍କାରେ ମିଳିପାରିବ। ଏଥିସହ ଇଲେକ୍ଟ୍ରିକ୍ ଚାର୍ଜିଂରେ ଚାଲୁଥିବାରୁ ଏଥିପାଇଁ ଆପଣଙ୍କୁ ସେଭଳି କୌଣସି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି।

Comment