ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ବିବାହ ଭୋଜି ଖାଇ ଫେରିବା ବେଳେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କଲେ ଯୁବକ। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ପୁରୀ ଜିଲ୍ଲା ଡେଲାଙ୍ଗର ରେଙ୍ଗାଳ ଗାଁରେ ଘଟିଛି। ମୃତକ ଜଣକ ହେଲେ ୬୫ ବର୍ଷୀୟ କାଶୀନାଥ ମହାପାତ୍ର।

କାଶୀନାଥ ଶୁକ୍ରବାର ଏକ ବିବାହ ଭୋଜିକୁ ଯାଇଥିଲେ। ସେଠାରେ କିଛି ଲୋକଙ୍କ ସହ ଗଣ୍ଡଗୋଳ ହୋଇଥିଲା। ସେ ଭୋଜିରୁ ଫେରିବା ବାଟରେ ତାଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଛି। ଯେଉଁମାନଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା ସେହିମାନେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ନିକଟରେ ପୁରୀ ଜିଲ୍ଲା କଣାସରେ ସମାନ ହତ୍ୟାକାଣ୍ଡ ଘଟିଥିଲା। କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କ ପଥରରେ ଛେି ହତ୍ୟା କରିବା ସ୍କୁଲ ସାମ୍ନାରେ ତାଙ୍କୁ ଫିଙ୍ଗି ଦେଇଥିଲେ। ପୋଲିସ ଏବେ ଘଟଣାର ତନାଘନା ଆରମ୍ଭ କରିଛି। ସନ୍ଦେହରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ।

Comment