ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ରାଜନୀତିକ ଜୀବନ ସଂପର୍କରେ ତ ସମସ୍ତେ ଜାଣିଛନ୍ତି, ହେଲେ ବହୁତ କମ୍‌ ଲୋକ କେଜରିଓ୍ୱାଲଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣନ୍ତିା ଆଜି ପ୍ରପୋଜ ଡେ’ ଅବସରରେ ଆସନ୍ତୁ ଜାଣିବା କେଜରିଓ୍ୱାଲଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କରେ। କେମିତି ସେ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ ବା ମନ କଥା କହିଥିଲେ?

କେଜରିଓ୍ୱାଲଙ୍କ ପତ୍ନୀଙ୍କ ନାଁ ସୁନୀତା। ଦୁହିଁଙ୍କ ପ୍ରେମ କାହାଣୀ ଆଇଆରଏସ୍‌(ଇଣ୍ଡିଆନ ରେଭେନ୍ୟୁ ସର୍ଭିସ) ଟ୍ରେନିଙ୍ଗରୁ ଆରମ୍ଭ ହୋଇଥିଲା। ଆଇଆର୍‌ଏସ୍‌ ପରୀକ୍ଷା ପାସ୍‌ କରିବା ପରେ ନାଗପୁରସ୍ଥିତ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀରେ ପ୍ରଥମ ଥର ପରସ୍ପରକୁ ସେମାନେ ଭେଟିଥିଲେ।  ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା, ହେଲେ କେଜରିଓ୍ୱାଲ ସୁନୀତାଙ୍କୁ ନିଜ ହୃଦୟ କଥା କହିବାକୁ ସାହସ ଜୁଟାଇ ପାରୁନଥିଲେ। ଏମିତି କିଛି ଦିନ ଗଲା ପରେ କେଜରିଓ୍ୱାଲ ସୁନୀତାଙ୍କୁ ତାଙ୍କ ମନ କଥା କହିଥିଲେ।

କେଜରିଓ୍ୱାଲ ସୁନୀତାଙ୍କୁ କେମିତି ପ୍ରପୋଜ କରିଥିଲେ ସେନେଇ ସାକ୍ଷାତକାରରେ ସେ ଥରେ କହିଥିଲେ।

‘‘ଦିନେ ରାତି  ୮ଟାରେ ମୁଁ ସୁନୀତାଙ୍କ ଘର କବାଟ ବାଡ଼େଇଥିଲି। ସୁନୀତା କବାଟ  ଖୋଲିବା ମାତ୍ରେ ମୁଁ ତାଙ୍କୁ ପଚାରିଥିଲି Will you marry me? (ଆପଣ ମତେ ବିବାହ କରିବେ?) ଏହାପରେ ସୁନୀତା ତୁରନ୍ତ ପ୍ରସ୍ତାବରେ ରାଜି ହୋଇଯାଇଥିଲେ’’, କହିଥିଲେ କେଜରିଓ୍ୱାଲ।

ଏହାପରେ ଦୁହେଁ ପରିବାର ଲୋକଙ୍କ ସହମତିରେ ବିବାହ କରିଥିଲେ। ଏବେ କେଜରିଓ୍ୱାଲଙ୍କ ପୁଅ ଝିଅ ଦୁଇ ଜଣ ଅଛନ୍ତି। ତାଙ୍କ ଝିଅଙ୍କ ନାଁ ହର୍ଷିତା ଏବଂ ପଅଙ୍କ ନାଁ ପୁଲକିତ।

LEAVE A REPLY

Please enter your comment!
Please enter your name here