ଓଡ଼ିଶାଲାଇଭ୍ ବ୍ୟୁରୋ

ଅଣ୍ଡର ୧୯ ବିଶ୍ୱକପ୍ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ ଦଳ। ଦୁଇ ଦଳ ଦମଦାର ପ୍ରଦର୍ଶନ ସହ ଫାଇନାଲକୁ ପ୍ରବେଶ କରିଥିବାବେଳେ ଏବେ ଟାଇଟଲ ପାଇଁ ଶେଷ ଲଢ଼େଇ ଲଢ଼ିବେ।

ସାଉଥ ଆଫ୍ରିକାରେ ଖେଳାଯାଉଥିବା ଏହି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ଓ ବାଂଲାଦେଶ ଚାମ୍ପିୟନ ହେବା ପାଇଁ ଖେଳିବେ। ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଥିବାବେଳେ ବାଂଲାଦେଶ ମଧ୍ୟ ଟିମ୍ ଇଣ୍ଡିଆକୁ ମାତ୍ ଦେବାକୁ ଟାର୍ଗେଟ୍ କରିଛି।

ପ୍ରିୟମ ଗର୍ଗଙ୍କ ନେତୃତ୍ୱରେ ଅଣ୍ଡର ୧୯ ଭାରତୀୟ ଦଳ ଏପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିଛି। ସେହିପରି ଆକବର ଅଲ୍ଲୀଙ୍କ ନେତୃତ୍ୱରେ ମଧ୍ୟ ବାଂଲାଦେଶ ଦଳ ଚତ୍ମକାର ପ୍ରଦର୍ଶନ କରିଛି। ତେବେ କିଏ ଅଣ୍ଡର ୧୯ ବିଶ୍ୱକପ୍ ଟାଇଟଲ କରୁଛି ଏବେ ତାହା ହିଁ ଦେଖିବାକୁ ବାକି ରହିଲା।

Comment