ଓଡ଼ିଶାଲାଇଭ୍ ବ୍ୟୁରୋ

ଅଣ୍ଡର୍ ୧୯ କ୍ରିକେଟ ବିଶ୍ୱକପ୍ ଫାଇନାଲରେ ବାଂଲାଦେଶକୁ ୧୭୮ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ।

ରବିବାର ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ଫାଇନାଲ ମ୍ୟାଚ୍ ଖେଳାଯାଉଛି। ଏଥିରେ ପ୍ରଥମେ ଟସ୍ ଜିତି ବାଂଲାଦେଶ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୭୭ରନରେ ଅଲଆଉଟ୍ ହୋଇଯାଇଛି। ଓପନର ୟଶ୍ୱସୀ ୟଶପାଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିପାରିନାହାନ୍ତି।

ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାକୁ ହେଲେ ବାଂଲାଦେଶକୁ ୧୭୭ ରନ ମଧ୍ୟରେ ରଖିବାକୁ ହେବ। ନଚେତ୍ ବାଂଲାଦେଶ ପ୍ରଥମ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ୍ ହାତେଇବ।

Comment