ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର: ନବରଙ୍ଗପୁର ପୌର ପରିଷଦର ଦୀର୍ଘ ୧୫ ବର୍ଷ ମଧ୍ୟରେ ମହା ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ। ସ୍ଥାନୀୟ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏପରି ଅଭିଯୋଗ କରିଛନ୍ତି। ଦୀର୍ଘ ୧୫ ବର୍ଷ ପୌର ପାଳିକା କାର୍ଯ୍ୟାଳୟରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ସେ କହିଛନ୍ତି।

ନିକଟରେ କେନ୍ଦ୍ର ଓ ସହରାଞ୍ଚଳ ଉନ୍ନୟନ ପାଣ୍ଠିରୁ ୪କୋଟି ଟଙ୍କାରୁ ୭୨ ଲକ୍ଷ ଟଙ୍କା ପୌର ପରିଷଦ ଟେଣ୍ଡର ହୋଇଥିଲା। ହେଲେ ମାତ୍ର ୩ କୋଟି ୨୮ ଲକ୍ଷ ଟଙ୍କା ଆଇଟିଡିଏ ଜରିଆରେ କାର୍ଯ୍ୟାଦେଶ ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ସେହିପରି ପାଣ୍ଠିରୁ ଟଙ୍କା ହଡ଼ପ ହେଉଥିବା ଅଭିଯୋଗ ମଧ୍ୟ କରାଯାଇଛି।

୨୦୦୪ ମସିହାରେ ୬ ଲକ୍ଷ ୭୧ ହଜାର ୨୧୪ ଟଙ୍କା, ୨୦୦୫ ରେ ସିଏଫଏଲ ଫିଟିଙ୍ଗ ଜୁମ୍ବ ମେଟେରିଆଲସ ନିମନ୍ତେ ୮୪ ହଜାର ୨୩୪ ଟଙ୍କା, ୨୦୦୬ରେ ଏସବି ଫିଟିଙ୍ଗ ପାଇଁ ୪ ଲକ୍ଷ ୫୬ ହଜାର ୩୦୦ ଟଙ୍କାର ପୂର୍ବରୁ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏନେଇ ଜିଲ୍ଲା ପ୍ରଶାସନ ଓ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଦରକାର ପଡ଼ିଲେ କଂଗ୍ରେସ ଉଚ୍ଚନ୍ୟାଳୟର ଦ୍ଵାରସ୍ଥ ମଧ୍ୟ ହେବ ବୋଲି ପ୍ରଦୀପ ମଝି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ଦିଲୀପ ବେହେରା, ସରୋଜ ପାତ୍ର, ଉତ୍ତମ ତ୍ରିପାଠୀ, ଅଖିଳ ଭତ୍ରା, ପ୍ରଦୀପ ସାହୁ, ସଞ୍ଜୟ ନାୟକ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

Comment