ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସରୁ ନିଜକୁ ଦୂରେଇ ରଖିବା ପାଇଁ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ପରାମର୍ଶ ଦେଇଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କରି କୋରୋନାରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଫଟୋରେ ପରିଣିତିଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଏଥିରେ ସେ ନିଜେ ମୁହଁରେ ମାସ୍କ ବାନ୍ଧିଥିବା ଦେଖିବାକୁ ମିଳିଛି।

ଲୋକଙ୍କୁ କିନ୍ତ ପରିଣିତିଙ୍କ ପରାମର୍ଶ ପସନ୍ଦ ଆସିନି। ପରିଣିତି ଫଟୋସୁଟ ପାଇଁ ଏଭଳି କରିଥିବା କେହି କେହି ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପକ୍ଷରେ ଯଦି ପରିଣିତି କାମ କଥା କୁହାଯାଏ ତେବେ ଖୁବଶୀଘ୍ର ସେ ବ୍ୟାଡମିଣ୍ଟନ ତାରକା ସାଇନ ନେହ୍ୱାଲଙ୍କ ବାୟୋପିକରେ ନଜର ଆସିବେ। ଏଥିରେ ସେ ସାଇନାଙ୍କ ଭୂମିକାରେ ଅଭିନୟ କରିବେ।

ଚୀନରେ କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ କୋରୋନା ଡର ସାରାବିଶ୍ୱକୁ ଡେଇଁଛି। ଏପରିସ୍ଥଳରେ ବଲିଉଡ ଷ୍ଟାର ମଧ୍ୟ କୋରୋନା ପାଇଁ ଲୋକଙ୍କ ସତର୍କ କରୁଛନ୍ତି। ପୂର୍ବରୁ ରଣବୀର କପୁର, ସନି ଲିଓନି ମଧ୍ୟ ଲୋକଙ୍କୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି।

Comment