ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ଦର। ଅଣ ସବସିଡି ଗ୍ୟାସ୍‌ ସିଲିଣ୍ଡର ଦର ପିଛା ୧୪୫ ଟଙ୍କାକୁ ବୃଦ୍ଧି ପାଇଛି।

ପୂର୍ବରୁ ୧୪.୨ କିଲୋ ଓଜନ ବିଶିଷ୍ଟ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୧୪ ଟଙ୍କା ଥିବାବେଳେ ଏବେ ୮୫୮ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି।

ଗତ କିଛି ମାସ ମଧ୍ୟରେ ଗ୍ୟାସ୍‌ ଦର ୬ ଥର ବୃଦ୍ଧି ଘଟିଲାଣି। ପୂର୍ବରୁ ଜାନୁଆରି ପହିଲାରେ ଗ୍ୟାସ୍‌ ଦର ୧୯ ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୪ ଜାନୁଆରିରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୨୦ ଟଙ୍କା ବଢ଼ିଥିଲା, ଯାହାକି ସର୍ବାଧିକ ମୂଲ୍ୟ ଥିଲା।

ଜଣେ ଗ୍ରାହକ ବର୍ଷକୁ ୧୨ଟି ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡର ପାଇପାରିବେ। ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନାରେ ହିତାଧିକାରୀମାନେ ୧୭୪ ଟଙ୍କା ୭୬ ପଇସାର ସବସିଡି ପାଉଥିବା ବେଳେ ଏହା ୩୧୨ଟଙ୍କା ୪୮ ପଇସାକୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here