ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ମଧ୍ୟରାତିରୁ ସବ୍‌ସିଡି ଓ ଅଣ ସବ୍‌ସିଡ୍ ଏଲ୍‌ପିଜି ଦର ବୃଦ୍ଧି ପାଇଛି। ସବ୍‌ସିଡ୍‌ଯୁକ୍ତ ସିଲିଣ୍ଡର ପିଛା ୧ ଟଙ୍କା ୭୬ ପଇସା ବୃଦ୍ଧି ପାଇଥିବା ବେଳେ ଅଣ ସବ୍‌ସିଡ୍‌ଯୁକ୍ତ ସିଲିଣ୍ଡର ୩୫ ଟଙ୍କା ୫୦ ପଇସାକୁ ବୃଦ୍ଧି କରାଯାଇଛି।

ଦିଲ୍ଲୀରେ ଗ୍ରାହକମାନଙ୍କୁ ସବ୍‌ସିଡ୍ ଗ୍ୟାସ୍ ପାଇଁ ସିଲିଣ୍ଡର ପିଛା ୪୯୬.୨୬ ଟଙ୍କା ଦେବାକୁ ପଡ଼ିବ। ସେହିପରି ଅଣସବ୍‌ସିଡ୍ ଗ୍ୟାସ୍ ସିଲିଣ୍ଡର ପାଇଁ ୭୫୪ ଟଙ୍କା ଦେବାକୁ ପଡ଼ିବ।

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ ଜାରୀ ଏକ ବିବୃତିରେ ଏହି ସୂଚନା ଦିଆଯାଇଛି। ଗତ ମାସରେ ମଧ୍ୟ ସବ୍‌ସିଡ୍ ଗ୍ୟାସ୍ ସିଲିଣ୍ଡର ଦର ୨ ଟଙ୍କା ୭୧ ପଇସା ଓ ଅଣ ସବ୍‌ସିଡ୍ ଗ୍ୟାସ୍ ୫୫ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା।

Comment