ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପରେ ଉଦ୍‌ଘାଟିତ ହେଲା ଇଣ୍ଡିଆନ୍‌ ଅଏଲ ପ୍ରଡକ୍ଟ ଆପ୍ଲିକେସନ ଡେଭଲପମେଣ୍ଟ ସେଣ୍ଟର (ପିଏଡିସି)। ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୪୩ କୋଟି ଟଙ୍କା ରହିଛି।

୫ ଏକର ଜମି ଓ ୩,୩୩୪ ବର୍ଗମିଟର କ୍ଷେତ୍ରରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ। ଏହାସହ ପାରାଦୀପର ପିଏଡିସି ହେଲା ଦେଶର ୬ଷ୍ଠ ଓ ପୂର୍ବ ଭାରତର ୨ୟ ପ୍ରକଳ୍ପ। ପିଏଡିସି ପଲିଷ୍ଟର ସୂତା କପଡ଼ା ପାଇଁ ବୈଷୟିକ କେନ୍ଦ୍ର ଭାବେ କାର୍ଯ୍ୟ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଉଥିବା ମିଶନ ପୂର୍ବଦୋୟ ଆହ୍ଵାନରେ ପୂର୍ବ ଭାରତ ଦେଶର ଅଭିବୃଦ୍ଧିକୁ ଆଗେଇ ନେଉଛି। ଓଡ଼ିଶା ଓ ପୂର୍ବ ଭାରତରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହନ ଓ ତ୍ଵରିତ କରିବା ପାଇଁ ପାରାଦୀପରେ ଅଣ୍ଡିଆନ୍‌ ଅଏଲ ଦ୍ଵାରା ଏହାର ବିଶୋଧନ ଗାର ପେଟ୍ରୋକେମିକାଲ କମ୍ପଲେକ୍ସ ସହିତ ଏକ ପିଏଡିସି ପ୍ରତିଷ୍ଠା କରାଯାଇଛି।

ଆଗାମୀ ଦିନରେ ଭଦ୍ରକ ଏବଂ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମର ପଲିଷ୍ଟର ସୂତା ଓ କପଡ଼ା ପାଇଁ ଏହି ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ପଲିମରକୁ ବଢ଼ାଇବା ପାଇଁ ପିଏଡିସି ଅନ୍ୟାନ୍ୟ ପ୍ରତିଷ୍ଠିତ ଗବେଷଣା କେନ୍ଦ୍ର ଯଥା ଆଇସିଟି ଭୁବନେଶ୍ଵର, ସିପେଟ, ଏନ୍‌ସିଏଲ ପୁଣେ ସହ କାର୍ଯ୍ୟ କରିବ।

Comment