ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମିଳୁଥିବା ଏଲପିଜି ସିଲିଣ୍ଡର ସବସିଡିକୁ ଆହୁରି ବଢ଼ାଇଛନ୍ତି। ଏବେ ସେମାନଙ୍କୁ ସିଲିଣ୍ଡର ପିଛା ୨୦୦ ବଦଳରେ ୩୦୦ ଟଙ୍କାର ସବସିଡି ମିଳିବ। ଏନେଇ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ତେବେ ଏହି ଏଲପିଜି ସିଲିଣ୍ଡର ସବସିଡି ବୃଦ୍ଧିର ଫାଇଦା କେବଳ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ମିଳିବ। ସାଧାରଣ ବର୍ଗ ଏହି ସବସିଡିର କୌଣସି ଲାଭ ପାଇବେ ନାହିଁ।

ସାରା ଭାରତରେ ଉଜ୍ଜ୍ୱଳା ଯୋଜନାରେ ୯.୬ କୋଟି ହିତାଧିକାରୀ ଅଛନ୍ତି। ସବସିଡି ୩୦୦ ଟଙ୍କା ହେବା ଫଳରେ ଏବେ ସେମାନେ ୬୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ପାଇପାରିବେ।

ଏହାପୂର୍ବରୁ ଗତ ଅଗଷ୍ଟ ମାସରେ ସବୁ ଏଲପିଜି ଗ୍ରାହକଙ୍କ ପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଘୋଷଣା ହୋଇଥିଲା।

Tags: #LPGCylinder #CentralSubsidy #UjjwalaYojana #CentalCabinetDecision #India

Comment