ଓଡିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ ଅଏଲ ପକ୍ଷରୁ ଓଡ଼ିଶାରେ ଏକ ନୂଆ ପ୍ଲାଣ୍ଟ ବସାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ପାରାଦୀପ ଉପକୂଳରେ ଏହି ପ୍ଲାଣ୍ଟ ବସିବ। ଏଥିପାଇଁ କମ୍ପାନି ପକ୍ଷରୁ ୧୩,୮୦୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ୨୦୨୪ ସୁଦ୍ଧା ଏହି ପ୍ଲାଣ୍ଟ କାମ ଶେଷ ହେବ।

ଏହି କାରଖାନାକୁ କୁହାଯାଉଛି ପାରାକ୍ସିଲିନ ଓ ପିୟୁରିଫାଇଡ ଟେରିଫଥାଲିକ ପ୍ଲାଣ୍ଟ। ଏହି ନୂଆ ପ୍ଲାଣ୍ଟକୁ ବର୍ତ୍ତମାନର ବିଶୋଧନାଗାର ସହିତ ଯୋଡ଼ାଯିବ। ମୁଖ୍ୟତଃ ଟେକ୍ସଟାଇଲ୍ ସେକ୍ଟର ପାଇଁ ଏଠାରୁ କଞ୍ଚାମାଲ ଉତ୍ପାଦନ କରାଯିବ।

ପ୍ଲାଣ୍ଟ ନିର୍ମାଣ ସମୟରେ ୫ ନିୟୁତ ଶ୍ରମ ଦିବସ ସୃଷ୍ଟି ହେବ। ଇଣ୍ଡିଆନ ଅଏଲ ପକ୍ଷରୁ ଭଦ୍ରକ ଠାରେ ଯେଉଁ ଟେକ୍ସଟାଇଲ୍ ୟାର୍ଣ୍ଣ ବା ସୂତା ତିଆରି କାରଖାନା ବସା ଯାଉଛି ପାରାଦୀପ ପିଏକ୍ସ ପ୍ଲାଣ୍ଟ ସେହି କାରଖାନାକୁ ମୁଖ୍ୟତଃ କଞ୍ଚାମାଲ ଯୋଗାଇବ।

Comment