ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁ ଗରିବ ପରିବାରକୁ ଉଜ୍ଜଳାରେ ଏଲ୍‌ପିଜି ଗ୍ୟାସ୍‌ କନେକ୍ସନ୍‌ ଫ୍ରିରେ ଦିଆଯିବ।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଗରିବମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଗରିବ ପରିବାରଙ୍କୁ ଉଜ୍ଜଳା ଯୋଜନା ଅଧିନରେ ମିଳିବ ମାଗଣା ଏଲପିଜି ଗ୍ୟାସ୍‌ କନେକ୍ସନ।

ନୁଆଦିଲ୍ଲୀଠାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ଏହି ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ମଞ୍ଜୁରି ପରେ ପ୍ରତ୍ୟେକ ଗରିବ ପରିବାରକୁ ପ୍ରିରେ ଏଲ୍‌ପିଜି କନେକ୍ସନ ମଳିବ।

ପୂର୍ବରୁ ୨୦୧୧ରେ ସାମାଜିକ ଆର୍ଥିକ ଜାତି ଜନଗଣନା ଆଧାର ଅନୁସାରେ ଏଲପିଜି କନେକ୍ସନ ଦିଆଯାଉଥିଲା ଏଏହାପରେ ଏହା ଅନୁସୂଚିତ ଜାତି ଜନଜାତି ପରିବାରକୁ, ଜଙ୍ଗଲରେ ବସବାସ କରୁଥିବା ପରିବାରକୁ, ଅତି ପଛୁଆ ବର୍ଗ ପରିବାରଙ୍କୁ ଏହି ଯୋଜନାର ହିତାଧିକାର ଭାବେ ସାମିଲ କରାଯାଇଥିଲା କିନ୍ତୁ ଏହାପରେ ଏହା ସବୁ ଗରିବମାନଙ୍କ ପାଇଁ ଲାଗୁ କରାଗଲା।

ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ଭାରତ ସରକାର ସମସ୍ତ ବିପିଏଲ୍‌ ପରିବାରକୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୧୬୦୦ ଟଙ୍କାର ଆର୍ଥିକ ସହାୟତା ରାଶି ଦେଉଛନ୍ତି।

Comment