ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ଆପ୍‌ ବିଧାୟକ ନରେଶ ଯାଦବଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ମଙ୍ଗଳବାର ନିର୍ବାଚନରେ ଜିତିବା ପରେ ହନୁମାନ ମନ୍ଦିର ଯାଇ ରୋଡ ସୋ’ରେ ଫେରିବା ବେଳେ କିଷାନଗଡ଼ ନିକଟରେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ବିଧାୟକ ଏଥରୁ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ଗୁଳିମାଡ଼ରେ ତାଙ୍କର ଜଣେ ସହଯୋଗୀ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି।

ମୃତକ ଆପ୍‌ କର୍ମୀ ହେଲେ ଅଶୋକ କମାନ, ଗୁରୁତର ଆହତ ହେଲେ ହରନ୍ଦର। ତେବେ ପୂର୍ବ ଶତ୍ରୁତା ପାଇଁ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। ସନ୍ଦେହରେ ପୋଲିସ ଜଣଙ୍କୁ ଅଟକ ରଖିଛି।

Comment