ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷର ବଜେଟ୍‌ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ। କେମିତି ବଜେଟ ଅଧିବେଶନ ସୁରୁଖୁରୁରେ ଚାଲିବ, ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିବ ସେନେଇ ସବୁ ଦଳର ବିଧାୟକଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି।

୨୦୨୦-୨୧ର ପୂର୍ଣ୍ଣାଙ୍ଗ ବଜେଟ୍‌ ଫେବ୍ରୁଆରି ୧୮ ତାରିଖରେ ଗୃହରେ ଉପସ୍ଥାପିତ କରିବେ ନିରଞ୍ଜନ ପୂଜାରୀ। ବଜେଟ୍‌ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଏପ୍ରିଲ ୯ରେ ଶେଷ ହେବ।

ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଫେବ୍ରୁଆରି ୧୪ରୁ ୨୬ ତାରିଖ ଯାଏଁ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ରେ ଶେଷ ହେବ।

Comment