ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୬ରେ କେଜରିଓ୍ୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ କୁନି କେଜରିଓ୍ୱାଲ।

ଫେବ୍ରୁଆରି ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜରିଓ୍ୱାଲ। କେଜରିଓ୍ୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଜଣେ ଖାସ୍‌ ଅତିଥି। ଏହି ଖାସ୍‌ ଅତିଥି ହେଉଛନ୍ତି କୁନି କେଜରିଓ୍ୱାଲ ବା ମଫଲର ମ୍ୟାନ।  ଏନେଇ ଆପ୍‌ ଟୁଇଟ କରି ସୂଚନା ଦେଇଛି।

ଦିଲ୍ଲୀ ବିଧାନସଭା ନିର୍ବାଚନ ରେଜଲ୍ଟ ଦିନ ସୋସିଆଲ ମିଡିଆରେ ଏହି କୁନି କେଜରିଓ୍ୱାଲଙ୍କ ଫଟୋ ଭାଇରାଲ ହୋଇଥିଲା। ଦେଖୁ ଦେଖୁ ସୋସିଆଲ ମିଡିଆରେ ଷ୍ଟାର ହୋଇଗଲେ ଏହି କୁନି କେଜରିଓ୍ୱାଲ।

କିଏ ଏହି କୁନି କେଜରିଓ୍ୱାଲ?

କୁନି କେଜରିଓ୍ୱାଲଙ୍କ ପ୍ରକୃତ ନାଁ ହେଉଛି ଅଭ୍ୟାନ ତୋମର। ତାଙ୍କ ବାପାଙ୍କ ନାଁ ରାହୁଲ ତୋମର, ମା’ଙ୍କ ନାଁ ମୀନାକ୍ଷୀ ତୋମର। ଅଭ୍ୟାନଙ୍କ ଘର ଦିଲ୍ଲୀର ମୟୂରବିହାର ଅଞ୍ଚଳରେ। ଅଭ୍ୟାନଙ୍କ ବାପା ରାହୁଲ କେଜରିଓ୍ୱାଲଙ୍କ ଜଣେ ବଡ଼ ପ୍ରଂଶସକ। ସେଥିପାଇଁ ନିର୍ବାଚନ ଫଳାଫଳ ଦିନ ସକାଳୁ ଝିଅ ଅଭ୍ୟାନଙ୍କୁ ଅବିକଳ କେଜରିଓ୍ୱାଲଙ୍କ ଭଳି ସଜାଇ ଆପ୍‌ କାର୍ଯ୍ୟାଳୟକୁ ଆଣିଥିଲେ। ଏଥିସହ ସେ କେଜରିଓ୍ୱାଲଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ମଧ୍ୟ ଯାଇଥିଲେ।

Comment