ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ପହିଲାରୁ ବିଏସ୍‌-୪ ଗାଡ଼ିର କିଣାବିକା ତଥା ପଞ୍ଜୀକରଣ ବନ୍ଦ ହେବ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଏସ୍‌-୪ ଗାଡ଼ି କିଣାବିକା ବନ୍ଦ କରାଯିବ। ନୂଆ ଗାଡ଼ି କିଣିବାକୁ ଇଚ୍ଛୁକ ପ୍ରାର୍ଥୀ ଏନେଇ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଦେଶରେ ଚଳାଚଳ କରୁଥିବା ବିଭିନ୍ନ ଯାନବାହନର ଇଞ୍ଜିନରୁ ବାହାରୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏସ୍‌(ଭାରତ ଷ୍ଟେଜ୍‌ ଏମିସନ ଷ୍ଟାଣ୍ଡାର୍ଡ) ବ୍ୟବସ୍ଥା ଲାଗୁ କରାଯାଇଛି। ଭାରତରେ ପ୍ରଥମଥର ପାଇଁ ବିଏସ୍‌ ବ୍ୟବସ୍ଥା ୨୦୦୦ ମସିହାରେ ଅଣାଯାଇଥିଲା।

ତେବେ ସମୟ ଅନୁସାରେ ବିଏସ୍‌କୁ ଅପଡେଟ୍‌ କରାଯାଇଛି। ବର୍ତ୍ତମାନ ଭାରତରେ ବିଏସ୍‌-୪ ଇଞ୍ଜିନ ଚଳାଚଳ ହେଉଛି। ତେବେ ଆସନ୍ତା ଏପ୍ରିଲ ପହିଲାରେ ଭାରତରେ ବିଏସ୍‌-୪ ଇଞ୍ଜିନଯୁକ୍ତ ଗାଡ଼ି ବିକ୍ରି ବନ୍ଦ କରି ବିଏସ୍‌-୬ ଇଞ୍ଜିନ୍‌ ଗାଡ଼ି ବିକ୍ରି ହେବ। ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comment