ଓଡ଼ିଶାଲାଇଭ୍‌ ବ୍ୟୁରୋ

କାୟା ବିସ୍ତାର କରୁଛି କୋରୋନା ଭାଇରସ। ଚୀନରେ ମରଣଯନ୍ତା ପାଲଟିଥିବା କୋରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଚୀନରେ ମୃତ୍ୟୁ ସଂଖ୍ୟା ୧୩୧୦କୁ ବୃଦ୍ଧି ପାଇଛି। ଚୀନର ହୁବେଇ ଅଞ୍ଚଳରେ ଗୋଟିଏ ଦିନରେ ୨୪୨ ଲୋକଙ୍କର ମୃତ୍ୟୁ ହୋଇଛି।

ଏହି ଭାଇରସ ବର୍ତ୍ତମାନ ୨୭ଟି ଦେଶରେ ବ୍ୟାପି ସାରିଛି। ଏଥିପାଇଁ ଚୀନରେ ମାର୍ଚ୍ଚ ଯାଏଁ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରିବାକୁ ଚୀନ ସରକାର ନିର୍ଦ୍ଦେଶ ଦେଇଛନ୍ତି।

କୋରୋନା ଭୂତାଣୁ ପୂରା ବିଶ୍ୱ ପାଇଁ ବଡ଼ ବିପଦ ବୋଲି WHO ପକ୍ଷରୁ କୁହାଯାଇଛି।

୪୫ ହଜାରରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବା ଚିହ୍ନଟ ମଧ୍ୟ କରାଯାଇଛି। ଏହି ରୋଗକୁ ମୁକାବିଲା କରିବା ପାଇଁ ଚୀନ୍‌ ସରକାର ମଧ୍ୟ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଉଛି। ଏହି ଭାଇରସ୍‌ ଏସିଆ ମହାଦେଶରେ ଥିବା ଦେଶଗୁଡ଼ିକରେ ଅଧିକ ପ୍ରଭାବ ପାଇବାର ସମ୍ଭାବନା ମଧ୍ୟ କରାଯାଇଛି। ଭାରତ ସରକାର ଏହି ରୋଗକୁ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ସହ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

LEAVE A REPLY

Please enter your comment!
Please enter your name here