ଓଡ଼ିଶାଲାଇଭ୍ ବ୍ୟୁରୋ

କେବଳ କଦଳୀ ନୁହେଁ କଦଳୀ ଚୋପାରେ ବି ଅନେକ ଭିଟାମିନ୍‌ ଓ ମିନେରାଲ୍ସ ଭରି ରହିଥାଏ। କଦଳୀ ଚୋପାରେ ଭିଟାମିନ୍, କାର୍ବୋହାଇଡ୍ରେଟ୍, ଆଣ୍ଟିଅକ୍ସିଡାଣ୍ଟ୍ ଓ ପୋଟାସିୟମ୍ ଭଳି ଆବଶ୍ୟକୀୟ ତତ୍ତ୍ୱ ରହିଛି ଯାହା ସମ୍ପୂର୍ଣ୍ଣ ତ୍ୱଚା ପାଇଁ ବେଶ୍‌ ଲାଭଦାୟକ।

–  କଦଳୀ ଚୋପାରେ ମହୁ ଟିକିଏ ପକାଇ ମୁହଁରେ ଘଷିଲେ ବ୍ରଣ କମିଥାଏ।

–  ବ୍ଲାକ୍ ହେଡ୍ସ୍ ହେଉଥିଲେ ସ୍କବର୍ ଭଳି ବ୍ୟବହାର କରିପାରିବେ। କଦଳୀ ଚୋପାକୁ ଭଲ ଭାବେ ଚକଟି ସେଥିରେ ୨/୩ ଟୋପା ମହୁ ଓ ଟିକିଏ ବେକିଂ ସୋଢ଼ା ପକାଇ ବ୍ଲାକ୍ ହେଡ୍ସ୍ ଉପରେ ଲଗାଇ ୧୦ମିନିଟ୍ ପରେ ଧୋଇ ଦିଅନ୍ତୁ।

–  ଦାନ୍ତର ହଳଦିଆପଣ ଦୂର କରିବା ପାଇଁ ସବୁଦିନ ସକାଳୁ ଦାନ୍ତରେ କଦଳୀ ଚୋପା ଭଲ ଭାବେ ଘଷି ପାଟି ଧୁଅନ୍ତୁ। ଗୋଟିଏ ସପ୍ତାହ ଯାଏଁ ଏହି ଉପଚାର କରନ୍ତୁ।

– ଆଖି ତଳ କଳା ଦାଗ ପଡ଼ିଥିଲେ ଗୋଟିଏ କଦଳୀ ଚୋପାକୁ ଭଲ ଭାବେ ଗ୍ରାଇଣ୍ଡ କରି ସେଥିରେ ଟିକିଏ ଆଲୋଭିରା ଜେଲ୍ ମିଶାଇ ଆଖି ତଳେ ଲଗାନ୍ତୁ। ଶୁଖିଲା ପରେ ଧୋଇ ଦିଅନ୍ତୁ। ଆଖି ତଳ କଳା ଦାଗ ଦୂର ହେବ।

– କଦଳୀ ଚୋପାରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ବାର୍ଦ୍ଧକ୍ୟ ସମସ୍ୟା ଯେପରି ରିଙ୍କଲ୍ସ୍ ପାଇଁ ଲାଭପ୍ରଦ। ବୟସ ବଢ଼ିଲେ ତ୍ୱଚାରେ କୁଞ୍ଚନ ପଡ଼ିଥାଏ। ଏଥିପାଇଁ କଦଳୀ ଚୋପାକୁ ଗ୍ରାଇଣ୍ଡ୍ କରି ଟିକିଏ ବାଦାମ ତେଲ ମିଶାଇ ଫେସ୍‌ପ୍ୟାକ୍ ଭଳି ଲଗାନ୍ତୁ। ୨୦ମିନିଟ୍ ପରେ ଧୋଇଦିଅନ୍ତୁ।

Comment