ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଠାଯୁକ୍ତ ଖାଦ୍ୟ ଯେପରି ବିସ୍କୁଟ୍‌, ଚକୋଲେଟ୍‌, ମିଠା ଭଳି ଖାଦ୍ୟ ଖାଇବା ପରେ ପାଟି ନ ଧୋଇବା ଫଳରେ ଏହା ଧିରେ ଧିରେ ଦାନ୍ତରେ ପରସ୍ତ ହୋଇ ଲାଗିଥାଏ। ଏହାଫଳରେ ଦାନ୍ତରେ ଛୋଟ ଛୋଟ ଛିଦ୍ର ସୃଷ୍ଟି ହୁଏ। ପରେ ଏହି ଛିଦ୍ରରେ ଦାନ୍ତରେ ପୋକ ଲାଗିବା ଆରମ୍ଭ ହୁଏ। ଏହାବ୍ୟତୀତ ଦାନ୍ତରେ ସଂକ୍ରମଣ ହେଲେ ମଧ୍ୟ କ୍ୟାଭିଟି ସୃଷ୍ଟି ହୋଇପାରେ। ଏହାକୁ ଠିକ୍‌ ସମୟରେ ଚିକିତ୍ସା ନ କଲେ ଦାନ୍ତ ନଷ୍ଟ ହେବାର ସମ୍ଭାବନା ରହିଛି।

କେତେକ ଘରୋଇ ଉପଚାର ଆପଣାଇଲେ ମଧ୍ୟ ଏହି ସମସ୍ୟାରୁ ଆରାମ ମିଳିପାରିବ।

ପିଆଜ

ଦାନ୍ତ ପୋକକୁ ନଷ୍ଟ କରିବା ଲାଗି ପିଆଜକୁ ମଧ୍ୟ ବ୍ୟବହାର କରିପାରିବେ। ଏହାକୁ ଚୋବାଇବା ଦ୍ଵାରା ଦାନ୍ତ ପୋକ ଶୀଘ୍ର ନଷ୍ଟ ହୋଇଯାଏ।

ହେଙ୍ଗୁ

ହେଙ୍ଗୁ ବ୍ୟବହାର କରିବା ଦ୍ଵାରା ମଧ୍ୟ ଦାନ୍ତରୁ ପୋକ କାଟିବା ଛାଡ଼ିଯାଏ। ହେଙ୍ଗୁକୁ ଗୁଣ୍ଡ କରି ଏହାକୁ ପାଣିରେ ଫୁଟାନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଏହି ପାଣିରେ କୁଳି କରନ୍ତୁ। ପ୍ରତ୍ୟେକ ଦିନ ଏପରି କରିବା ଦ୍ଵାରା ଦାନ୍ତ ପୋକ କାଟିବା ଦୂର ହୋଇଯାଏ। ଏଥିସହିତ ଦାନ୍ତ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳେ।

ନଡ଼ିଆ ତେଲ

୧ ଚାମଚ ନଡ଼ିଆ କିମ୍ବା ସୂର୍ଯ୍ୟମୁଖୀ ତେଲକୁ ପାଟି ଭିତରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ କୁଳି କରିବା ସହ ବ୍ରଶ୍‌ କରନ୍ତୁ।

ଦାନ୍ତ ପାଇଁ ଉପଯୁକ୍ତ ଖାଦ୍ୟ ଖାଆନ୍ତୁ

ଦାନ୍ତକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍‌ ଡି ଏବଂ କ୍ୟାଲ୍‌ସିୟମଯୁକ୍ତ ଖାଦ୍ୟ ଖାଆନ୍ତୁ। ସବୁଜ ପନିପରିବା, ସି ଫୁଡ୍‌ ଏବଂ ସୋୟାବିନ୍‌ ଖାଇବା ଦ୍ଵାରା ଦାନ୍ତ ନଷ୍ଟ ହୋଇ ନ ଥାଏ। ଏହାବ୍ୟତୀତ ଟୁଥ୍‌ପେଷ୍ଟରେ ଦିନକୁ ଦୁଇଥର ବ୍ରଶ୍‌ କରନ୍ତୁ।

Comment