ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାନ୍ତମୂଳରୁ ରକ୍ତ ବାହାରିବା ଏକପ୍ରକାର ରୋଗର ଲକ୍ଷଣ। ଦାନ୍ତ ଅପରିଷ୍କାର ଥିଲେ ତଥା ଭିଟାମିନ୍ -ସି ଓ ଭିଟାମିନ୍-କେର ଅଭାବରେ ଦାନ୍ତମୂଳରୁ ରକ୍ତସ୍ରାବ ହୁଏ।

ଦାନ୍ତମୂଳରୁ ରକ୍ତସ୍ରାବର ଘରୋଇ ଉପଚାର

ଲୁଣ ପାଣିରେ କୁଳି କରିବା

ଦିନରେ ଦୁଇରୁ ତିନିଥର ଗରମ ପାଣିରେ ଲୁଣ ପକାଇ କୁଳି କଲେ ଦାନ୍ତମୂଳରୁ ରକ୍ତ ଝରିବା କମ୍‍ ହୁଏ। ଏହାଦ୍ୱାରା ଦାନ୍ତମୂଳ ଫୁଲିବା ହ୍ରାସ ହୁଏ।

ମହୁ ମାଲିସ କରିବା

ପ୍ରତିଦିନ କିଛି ମହୁ ଆଙ୍ଗୁଳିରେ ନେଇ ଏହାକୁ ଦାନ୍ତମୂଳରେ ଘସିଲେ ମାଢିରୁ ରକ୍ତସ୍ରାବ ବନ୍ଦ ହୋଇଯାଇଥାଏ।

ତେଲ ମାଲିସ କରିବା

ନଡ଼ିଆ ତେଲ ମାଲିସ କରିବା ଫଳରେ ମଧ୍ୟ ଦାନ୍ତମୂଳରୁ ରକ୍ତ ଝରିବା ବନ୍ଦ ହୋଇଥାଏ।

ହଳଦୀର ବ୍ୟବହାର

ହଳଦୀକୁ ସୋରିଷ ତେଲ ସହ ମିଶାଇ ଦାନ୍ତମୂଳରେ ମାଲିସ କଲେ ଏଥିରୁ ରକ୍ତଝରିବା ହ୍ରାସ ହୁଏ।

Comment