ଓଡ଼ିଶାଲାଇଭ୍‌ ବ୍ୟୁରୋ

କେଶରେ ରୂପି ହେବା ଏକ ସାଧାରଣ ସମସ୍ୟା। କିଛି ଲୋକଙ୍କର ଶୀତଦିନେ ରୂପି ହୋଇଥାଏ। କିଛି ଲୋକଙ୍କର ଖରାଦିନେ ରୂପି ହୋଇଥାଏ। ରୂପି ସମସ୍ୟାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। କିନ୍ତୁ କିଛି ଘରୋଇ ଚିକିତ୍ସା କଲେ ଆପଣ ଏଥିରୁ ମୁକ୍ତି ପାଇପାରିବେ।

-ସେଓ ଯୁକ୍ତ ଭିନେଗାର ବା ଆପେଲସାଇଡ୍‌ ଭିନେଗାର ବ୍ୟବହାର କରିବା ଦ୍ୱାରା କେଶ ମୂଳର ପିଏଚ୍ ପରିବର୍ତ୍ତିତ ହୋଇଥାଏ। ଫଳରେ ରୂପି ସୃଷ୍ଟି କରୁଥିବା ଇଷ୍ଟଗୁଡ଼ିକ ଆଉ ବଢ଼ିପାରନ୍ତି ନାହିଁ।

-କେଶକୁ ଓଦା କରି କିଛି ବେକିଂ ସୋଡ଼ା ଲଗାନ୍ତୁ। ସାମ୍ପୁ କରନ୍ତୁ ନାହିଁ। ବେକିଂ ସୋଡ଼ା ରୂପି ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଦେବ।

-ରାତିରେ ୩-୪ ଚାମଚ ନଡ଼ିଆତେଲ ନେଇ କେଶରେ ମାଲିସ କରନ୍ତୁ। ସକାଳୁ ଅଳ୍ପ ଉଷୁମ ପାଣି ଏବଂ ସାମ୍ପୁରେ ଧୋଇ ଦିଅନ୍ତୁ।

-କେଶରେ ୨ ଚାମଚ ଲେମ୍ବୁ ରସକୁ ଭଲ ଭାବେ ଲଗାନ୍ତୁ। ଅଧା ଘଣ୍ଟା ପରେ କେଶକୁ ଧୋଇ ଦିଅନ୍ତୁ। ଧୋଇବା ପରେ ଏକ କପ୍ ଗରମ ପାଣିରେ ୨ ଚାମଚ ଲେମ୍ବୁ ରସ ମିଶାଇ କେଶରେ ଢାଳନ୍ତୁ। ଏପରି କରିବା ଦ୍ୱାରା ରୂପି ସମସ୍ୟାରୁ ମୁକ୍ତି ପାଇପାରିବେ।

-ରସୁଣର ଥିବା ଏସିଡ୍‌ ପ୍ରପଟି ରୂପି ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ। ତେଣୁ ସଫା କରିବା ପୂର୍ବରୁ ରସୁଣ ପେଷ୍ଟରେ ମହୁ ମିଶାଇ  କେଶରେ ଲଗାନ୍ତୁ। ଫଳରେ ରୂପି ଭଳି ସମସ୍ୟା ନଷ୍ଟ ହେଇଥାଏ।

LEAVE A REPLY

Please enter your comment!
Please enter your name here