ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ତୃତୀୟ ଥର ପାଇଁ ଶପଥ ନେବେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ। ରବିବାର ଦିନ ୧୨ଟା ୧୫ରେ ଦିଲ୍ଲୀର ରାମଲୀଳା ମଇଦାନରେ ତାଙ୍କର ଶପଥ ଗ୍ରହଣ କରାଯିବ।

କେଜରିୱାଲଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ରାମଲୀଳା ମଇଦାନରେ ବ୍ୟାପକ ଆୟୋଜନ କରାଯାଇଛି। କେଜରିୱାଲଙ୍କ ସହିତ ତାଙ୍କର ଅନ୍ୟ ୬ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ଗ୍ରହଣ କରିବେ।ଏହି କାର୍ଯ୍ୟକ୍ରମରେ ଅନେକ ଦିଲ୍ଲୀବାସୀ ଯୋଗଦେବେ ବୋଲି ମଧ୍ୟ କୁହାଯାଉଛି। ବିଶେଷ କରି ଏହି ଶପଥ ଗ୍ରହଣ ସମାରୋହରେ ସଫେଇକର୍ମୀ, ଅଟୋବାଲା ଓ ଶିକ୍ଷାବିତମାନେ ସାମିଲ ରହିବେ।

ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ଟି ଆସନରୁ ୬୨ଟି ଆସନ୍ ହାତେଇଛି। ଫଳରେ ଆପ୍ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଠନ କରିବାକୁ ଯୋଗ୍ୟତା ଅର୍ଜନ କରିଛି। ଏଥର ଦିଲ୍ଲୀ ନିର୍ବାଚନରେ ବିଜେପିକୁ ମାତ୍ର ୮ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Comment