ଓଡ଼ିଶାଲାଇଭ୍‌ ବ୍ୟୁରୋ

”ହମ୍‌ ହୋଙ୍ଗେ କାମୟାବ୍‌ ଏକ୍‌ ଦିନ, ମନ୍‌ ମେ ହୈ ବିଶ୍ୱାସ, ପୂରା ହୈ ବିଶ୍ୱାସ, ହମ୍‌ ହୋଙ୍ଗେ କାମୟାବ’’, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ କଣ୍ଠରୁ ଆଜି ଶୁଣିବାକୁ ମିଳିଛି ଏହି ଗୀତ।

ରାମଲୀଲା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଦିଲ୍ଲୀବାସୀଙ୍କ ଉଦବୋଧନ ଦେଇ କେଜରିଓ୍ୱାଲ ଆଜି ଏହି ଗୀତ ଗାଇଛନ୍ତି। କେଜରିଓ୍ୱାଲଙ୍କ ସହ ଉତ୍ସବରେ ଉପସ୍ଥିତ ଥିବା ଲୋକ ମଧ୍ୟ ଏହି ଗୀତ ଗାଇଥିଲେ।ଦିଲ୍ଲୀବାସୀ ଆପ୍‌କୁ ବିପୁଳ ସମର୍ଥନ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେଇଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ।

Comment