ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ଦିଲ୍ଲୀର ରାମଲୀଳା ମଇଦାନରେ ସେ ରବିବାର ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରିଛନ୍ତି।

ଲେଫ୍ଟନାଣ୍ଟ ଗର୍ଭଣ୍ଣର ଅନିଲ ବୈଜଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କେଜରିୱାଲଙ୍କ ସହିତ ତାଙ୍କର ଅନ୍ୟ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଛନ୍ତି। ଏଥିସହିତ କେଜରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଲଗାତାର ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି।

ଏଥର ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ ସିଟରୁ ୬୨ ସିଟ୍ ହାତେଇଥିଲା। ଏହାପରେ ଆପ୍ ସରକାର ଗଠନ କରିବା ନେଇ ସ୍ପଷ୍ଟ ହୋଇଯାଇଥିଲା। ଏହାପରେ ଆପର ବିଧାୟକମାନେ ମଧ୍ୟ ଆନୁଷ୍ଠାନିକ ଭାବେ କେଜରିୱାଲଙ୍କୁ ନିଜର ବିଧାୟକ ଦଳର ନେତା ବାଛିଥିଲେ।

Comment