ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ରାଜଧାନୀ ଭୁବନେଶ୍ଵର ବିଜେବି ନଗରର ଏକ ଆପାର୍ଟମେଣ୍ଟ ଛାତ ଉପରୁ ଖସି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଏବେ ରହସ୍ୟ ଘେରକୁ ଆସିଛି। ଛାତ୍ରୀ ଜଣକ ହେଉଛନ୍ତି କୃତିକା ମିଶ୍ର। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ୍ୟୁ ପୂର୍ବରୁ ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଏହି ସନ୍ଦେହକୁ ବଢ଼ାଇ ଦେଇଛି।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଥିଲେ, ‘ବାଏ ବାଏ ପିପୁଲ’। ଯେଉଁଥିରୁ ତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ସେ ଆଗରୁ ନିଷ୍ପତ୍ତି ନେଇ ସାରିଥିଲେ ଆତ୍ମହତ୍ୟା କରିବାକୁ। ଯଦି ସେ ଆତ୍ମହତ୍ୟା କରିଥାନ୍ତି, ତାହେଲେ କ’ଣ କାରଣ ରହିଛି ତାଙ୍କ ଆତ୍ମହତ୍ୟା ପଛରେ?

କୃତିକା ମିଶ୍ର ହେଉଛନ୍ତି ଗିତାଞ୍ଜଳି ଆପାର୍ଟମେଣ୍ଟର କୃଷ୍ଣମୋହନ ମିଶ୍ରଙ୍କ ଝିଅ। ସେ ବିଜେଇଏମ୍‌ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ସେ ରବିବାର ଅପରାହ୍‌ଣ ୩ଟା ବେଳେ ଛାତ ଉପରକୁ ଯାଇଥିଲେ। ପରେ ସେଠାରୁ ସନ୍ଦେହ ଜନକ ଭାବେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା।

Comment