ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ। ମୟୂରଭଞ୍ଜ ଜିଲ୍ଲାର ୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରିନଥିବା ଜଣାପଡ଼ିଛି। ଆଜି ମୁକ୍ତ ବିଦ୍ୟାଳୟ ପିଲାଙ୍କର ଇଂରାଜୀ ପରୀକ୍ଷା ଥିବା ବେଳେ ତାଙ୍କୁ ସାହିତ୍ୟ ପ୍ରଶ୍ନ ଦିଆଯାଇଥିଲା। ଫଳରେ ୨୫ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।

ଏହିଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଦ୍ଵାରିକାନାଥ ନୂତନ ସରକାରୀ ହାଇସ୍କୁଲରେ। ଏଠାରେ ୨୩୮ ବିଦ୍ୟାର୍ଥୀଙ୍କ ନିମନ୍ତେ ବ୍ୟବସ୍ଥା ହୋଇଥିଲା। ପରୀକ୍ଷା ପୂର୍ବରୁ ଇଂରାଜୀ ବିଷୟ ଲେଖାଥିବା ପ୍ରଶ୍ନପତ୍ର ଲଫାପା ଖୋଲା ଯିବା ସମୟରେ ୨୫  ପ୍ରଶ୍ନପତ୍ର ଇଂରାଜୀ ବଦଳରେ ଓଡ଼ିଆ ବିଷୟ ବାହାରିଥିଲା। ପ୍ରଶ୍ନପତ୍ର ଅଭାବରୁ ୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇ ଥିଲେ ବୋଲି କହିଥିଲେ ସୁପାରିଟେଣ୍ଡେଣ୍ଟ।

ପରୀକ୍ଷାରୁ ବଞ୍ଚିତ ହେବା ପରେ ପରୀକ୍ଷାର୍ଥୀମାନେ ଧାରଣାରେ ବସିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରୀକ୍ଷାର୍ଥୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏଭଳଇ ଭୁଲ ଯୋଗୁଁ ବୋର୍ଡ ଦାୟୀ ବୋଲି ଅଭିଯୋଗ ମଧ୍ୟ ହୋଇଛି।

Comment