ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଲ୍ଡେନ ବାବା(ଜ୍ୟୋତିରଞ୍ଜନ ବେଉରା) ମାମଲାର ତଦନ୍ତ କରିବ ଇଡି। ଏହାସହ ଗୋଲ୍ଡେନ ବାବାଙ୍କ ଅମାପ ଧନସମ୍ପତ୍ତିର ମଧ୍ୟ ଯାଞ୍ଚ କରାଯିବ। ଅମାପ ସମ୍ପତ୍ତି ପଛରେ କ’ଣ ରହିଛି ଅପରାଧିକ ଦିଗ ତାକୁ ନେଇ ଖୋଳତାଡ଼ କରିବ ପୋଲିସ। ଏହା ପୂର୍ବରୁ ଗୋଲ୍ଡେନ ବାବାଙ୍କୁ ଗିରଫ କରିଥିଲା ଚନ୍ଦ୍ରଶେଖର ଥାନା ପୋଲିସ।
ପୂର୍ବରୁ ଗିରଫ ପରେ ଗୋଲ୍ଡେନ ବାବା ମାମଲାର ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ। ଆଉ ଏହି ସମୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା। ଓଡ଼ିଶା ସମେତ ଦିଲ୍ଲୀ, ଥାଣେ, ମୁମ୍ଵାଇ ଭଳି ସିଟିରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲା ଗୋଲ୍ଡେନ ବାବା। ସେଠାରେ ମଧ୍ୟ ଲୋକମାନଙ୍କୁ ଠକି ଥିଲେ ଗୋଲ୍ଡେନ ବାବା।
ଗିରଫ ବେଳେ ଗୋଲ୍ଡେନ ବାବାଙ୍କ ଘରୁ ଜବତ ହୋଇଥିଲା ଅନେକ ବ୍ୟାଙ୍କ ଚେକ। ଋଣ ନେଲା ବେଳେ ଏହି ଚେକ୍ ଅଗ୍ରୀମ ଆକାରରେ ବ୍ୟବହାର କରି କମ୍ପାନୀଗୁଡ଼ିକୁ ଠକୁଥିଲା ଗୋଲ୍ଡେନ ବାବା। ବର୍ତ୍ତମାନ ଏହି ସାମ୍ରାଜ୍ୟର ପେଡ଼ି ଖୋଲିବ ଇଡି।















