ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଖାଦ୍ୟ ନିଗମ (ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ) ରେ କେନ୍ଦ୍ର ସରକାର/ରାଜ୍ୟ ସରକାର/ପିଏସ୍ୟୁରୁ ଅବସର ନେଇଥିବା ସରକାରୀ କର୍ମଚାରୀମାନଙ୍କୁ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର୍/କନ୍ସଲ୍ଣ୍ଟାଣ୍ଟ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ବ୍ୟକ୍ତିମାନେ ଫେବ୍ରୁଆରି ୨୩ ସୁଦ୍ଧା ଆବେଦନ କରିପାରିବେ।
ଯୋଗ୍ୟତା:
ଏମ୍ବିବିଏସ୍ ଡିଗ୍ରୀ ଧାରଣ କରିଥିବେ। ଏଫ୍ସିଆଇ/ସିଜିଏଚ୍ଏସ୍ରେ କାମ କରିଥିବା ଡାକ୍ତରମାନଙ୍କୁ ପ୍ରାଧାନ୍ୟ ଦିଆଯିବ।
ବୟସ ସୀମା– ୨୦୨୦ ଫେବ୍ରୁଆରି ୨୩ ସୁଦ୍ଧା ୬୫ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି ହୋଇଥିବେ।
ପଦବୀ ସଂଖ୍ୟା– ୩ଟି ପଦବୀ
ଆବେଦନା ପ୍ରକ୍ରିୟା: ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୩ ସୁଦ୍ଧା ନିମ୍ନଲିଖିତ ଠିକଣାରେ ଡାକ ମାଧ୍ୟମରେ ଦାଖଲ କରିବେ।
ଠିକଣା– ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ, ୧୬-୨୦, ବରଖମ୍ବା ଲେନ୍, ନୂଆ ଦିଲ୍ଲୀ-୧୧୦୦୦୧
ଏହି ନିଯୁକ୍ତି ବିଷୟରେ ଅଧିକ ତଥ୍ୟ ପାଇଁ fci.gov.in ଓ୍ଵେବ୍ସାଇଟ୍ରେ ଲଗ୍ଇନ୍ କରନ୍ତୁ।