ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଖାଦ୍ୟ ନିଗମ (ଫୁଡ୍ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ) ରେ କେନ୍ଦ୍ର ସରକାର/ରାଜ୍ୟ ସରକାର/ପିଏସ୍‌ୟୁରୁ ଅବସର ନେଇଥିବା ସରକାରୀ କର୍ମଚାରୀମାନଙ୍କୁ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର୍‌/କନ୍‌ସଲ୍‌ଣ୍ଟାଣ୍ଟ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ବ୍ୟକ୍ତିମାନେ ଫେବ୍ରୁଆରି ୨୩ ସୁଦ୍ଧା ଆବେଦନ କରିପାରିବେ।

ଯୋଗ୍ୟତା:

ଏମ୍‌ବିବିଏସ୍‌ ଡିଗ୍ରୀ ଧାରଣ କରିଥିବେ। ଏଫ୍‌ସିଆଇ/ସିଜିଏଚ୍‌ଏସ୍‌ରେ କାମ କରିଥିବା ଡାକ୍ତରମାନଙ୍କୁ ପ୍ରାଧାନ୍ୟ ଦିଆଯିବ।

ବୟସ ସୀମା– ୨୦୨୦ ଫେବ୍ରୁଆରି ୨୩ ସୁଦ୍ଧା ୬୫ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି ହୋଇଥିବେ।

ପଦବୀ ସଂଖ୍ୟା– ୩ଟି ପଦବୀ

ଆବେଦନା ପ୍ରକ୍ରିୟା: ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୩ ସୁଦ୍ଧା ନିମ୍ନଲିଖିତ ଠିକଣାରେ ଡାକ ମାଧ୍ୟମରେ ଦାଖଲ କରିବେ।

ଠିକଣା– ଫୁଡ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ, ୧୬-୨୦, ବରଖମ୍ବା ଲେନ୍‌, ନୂଆ ଦିଲ୍ଲୀ-୧୧୦୦୦୧

ଏହି ନିଯୁକ୍ତି ବିଷୟରେ ଅଧିକ ତଥ୍ୟ ପାଇଁ fci.gov.in ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

Comment