ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ମହାଶିବରାତ୍ରୀ। ଦେବ ଦେବ ମହାଦେବଙ୍କ ଆରାଧନା ପାଇଁ ଉପବାସ କରିଛନ୍ତି ଭକ୍ତଗଣ। ଜାଣନ୍ତୁ ବ୍ରତ ଖୋଲିବା ପରେ କ’ଣ ଖାଇବେ?

୧- ବ୍ରତ ଖୋଲିବା ପରେ ପ୍ରଥମେ ଗୋଟିଏ ଗ୍ଲାସ ପାଣି ପିଇ ପାରିବେ। ଯାହାଦ୍ୱାରା ପେଟ ଥଣ୍ଡା ରହିବ ଏବଂ ଭୋଜନ ପରେ ଖାଦ୍ୟ ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ଫଳ ରସ ମଧ୍ୟ ପିଇପାରିବେ।

୨- ବ୍ରତ ଖୋଲିବା ପରେ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହନ୍ତୁ। କାରଣ ଉପବାସ ପରେ ମସଲା ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଏହା ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ। ଯାହଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ।

୩- ବ୍ରତ ଖୋଲିବା ପରେ ସବୁ ଫଳରେ ତିଆରି ସାଲାଡ ଖାଇପାରିବେ।

କେମିତି କରିବେ ପ୍ରସ୍ତୁତି?

କମଳା, ସେଓ, ଅଙ୍ଗୁର, କଦଳୀ, ଡାଳିମ୍ବ, ସପୁରୀକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଏଥିରେ ଅଳ୍ପ କ୍ଷୀର ମିଶାଇ ଗୋଳାଇ ଦିଅନ୍ତୁ। ଚାହିଁଲେ ରସଗୋଲା ମିଶାଇ ପାରିବେ। ଉପବାସ ପରେ ଏହାକୁ ଆପଣ ଖାଇପାରିବେ।

Comment