ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ଫେଲ୍ ମାରିଛନ୍ତି। ଟିମ୍ ଇଣ୍ଡିଆ ପ୍ରଥମ ଇଂନିସରେ ମାତ୍ର ୧୬୫ ରନରେ ଅଲଆଉଟ୍ ହୋଇଯାଇଛି।

ଶୁକ୍ରବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଟିମ୍ ଇଣ୍ଡିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ହେଲେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍ କିୱି ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ। ଦ୍ୱିତୀୟ ଦିନରେ ମଧ୍ୟ ଟିମ୍ ଇଣ୍ଡିଆ ସେହି ସମାନ ଅବସ୍ଥା ଦୋହରେଇଥିଲା। ଫଳରେ ଦଳ ମାତ୍ର ୧୬୫ ରନ୍ କରି ଅଲଆଉଟ୍ ହୋଇଯାଇଛି।

ଅନ୍ୟପଟେ ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ ଚତ୍ମକାର ବ୍ୟାଟିଂ କରିଛି। ବିଶେଷକରି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିମସନ୍ ଭାରତୀୟ ବୋଲରଙ୍କୁ କଡ଼ା ଟକ୍କର ଦେଇଛନ୍ତି।

Comment