ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ୍‌ର ଚକୋଲେଟ୍‌ ହିରୋ ବାବୁସାନ୍‌ ଏବେ ନୂଆ ଅବତାରରେ ନଜରେ ଆସିବେ। ବାବୁସାନ୍‌ ଏବେ କମେଡି ଟ୍ରାକ୍‌ ଛାଡ଼ି ଆକ୍ସନ ଅବତାରରେ ପରଦାକୁ ଆସିବେ। ଫିଲ୍ମ ବିଦ୍ୟାରାଣରେ ଚୁଲବୁଲି ନାୟିକା ଶିବାନୀଙ୍କ ସହ ନଜର ଆସିବେ ବାବୁସାନ୍‌।

ସିଷ୍ଟର ଶ୍ରୀଦେବୀ ପରେ ଦ୍ୱିତୀୟ ଥର ଲାଗି ପରଦାକୁ ଆସୁଛନ୍ତି ବାବୁସାନ-ଶିବାନୀ।

ବିଦ୍ୟାରାଣରେ ବାବୁସାନ୍‌ ଓ ଶିବାନୀଙ୍କ ବ୍ୟତୀତ ମିହିର ଦାସ, ବବି ମିଶ୍ର ଏବଂ ଯୋଗେଶ ଜୋଜୋ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିର୍ଦ୍ଦେଶକ ଜ୍ୟୋତି ଦାସ। ପୂର୍ବରୁ ତୋ ବିନା ଭଲ ଲାଗେନା, ଶୁଭବିବାହ, ଗୁଡ ବୟ, ଅଶୋକ ସମ୍ରାଟ ଓ ଇସ୍କ ପୁଣି ଥରେ ଆଦି ସିନେମାରେ ନିର୍ଦ୍ଦେଶନା ନେଇଛନ୍ତି ଜ୍ୟୋତି ଦାସ।

‘ବିଦ୍ୟାରାଣ’ର ପ୍ରଯୋଜନା କରୁଛନ୍ତି ନିରଞ୍ଜନ ନାୟକ ଏବଂ ପ୍ରଦୀପ୍ତ କିଶୋର ଆଚାର୍ଯ୍ୟ। ବାପୁ ଗୋସ୍ୱାମୀ ଏହାର ସଂଳାପ ଲେଖିଛନ୍ତି। ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଦାଶ।

Comment