ଓଡ଼ିଶାଲାଇଭ୍ ବ୍ୟୁରୋ

ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡର ପ୍ରତିମୂର୍ତ୍ତିକୁ ଦେଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାବରମତୀ ଆଶ୍ରମ ପରିଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଟମ୍ପଙ୍କୁ ଏହି ପ୍ରତିମୂର୍ତ୍ତି ଦେଖାଇଛନ୍ତି।

ଆଜିଠାରୁ ଦୁଇ  ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଟ୍ରମ୍ପ। ବିମାନବନ୍ଦରରୁ ଓହ୍ଲାଇବା ପରେ ସେ ଗୁଜରାଟର ସାବରମତୀ ଆଶ୍ରମ ଯାଇଥିଲେ। ସେଠାରେ ସେ ଗାନ୍ଧୀଜୀଙ୍କ ଫଟୋରେ ଫୁଲମାଳ ଦେବା ସହିତ କିଛି ସମୟ ଚରଖା ଚଲାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଗାନ୍ଧୀଜୀଙ୍କ ତିନି ମାଙ୍କଡ଼କୁ ଦେଖାଇଥିଲେ। ହାତ, ପାଟି ଓ ଆଖି ବନ୍ଦ କରିଥିବା ଏହି ତିନି ମାଙ୍କଡ଼କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦେଖିଥିଲେ।

ସାବରମତୀ ଆଶ୍ରମ ବୁଲି ଦେଖିବା ପରେ ଟ୍ରମ୍ପ ମୋଟେରା ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସେ ଷ୍ଟାଡିୟମକୁ ଉଦଘାଟନ କରିବା ସହିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ।

Comment