ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା ୪ଟି ବ୍ଲକ୍‌ର ୧୧ଟି ପରୀକ୍ଷା କେନ୍ଦ୍ରରେ ଜାରି ହେଲା ୧୪୪ ଧାରା। କପି ରୋକିବାକୁ ଏଭଳି ଉଦ୍ୟମ ଆପଣେଇଛି ପ୍ରଶାସନ। ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ କପି ଦିଆଯାଉଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ ସୂଚନା ଦେଇଛନ୍ତି।

ଏହାସହ ପୋଲିସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପରୀକ୍ଷା ହେବ ବୋଲି ଶ୍ରୀ ଦେହୁରୀ ସୂଚନା ଦେଇଛନ୍ତି।

ମାଟ୍ରିକର ଇଂରାଜୀ ପରୀକ୍ଷା ଦିନ ଅଭିଭାବକମାନେ ସ୍କୁଲର ପାଚେରୀ ଡେଇଁ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ଦେଉଥିଲେ। ଆଜି ହିନ୍ଦୀ ଓ ସଂସ୍କୃତରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ।

Comment